CMO speech Photograph: (kanak news)
କନକ ବ୍ୟୁରୋ : ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ସମ୍ମାନନୀୟ ବିରୋଧୀ ଦଳ ନେତା କୋମନା ଆସିଥିଲେ ଜୟ ଢୋଲକିଆଙ୍କୁ ବେଇମାନ କହିଥିଲେ । ନୂଆପଡ଼ା ଓ କୋମନା ଭାଇ ଭଉଣୀ ମାନେ ବେଇମାନ୍ କାହାକୁ କୁହାଯାଏ ଆପଣ ଉତ୍ତର ଦିଅନ୍ତୁ । ବିଚାରଧାରା ନିର୍ବିଶେଷରେ ବିରୋଧୀ ଦଳ ନେତା ଶାଳିନତା ରକ୍ଷା କରନ୍ତି । ଲାଗୁଚି ସ୍କ୍ରିପ୍ଟ ରାଇଟର ବିରୋଧୀ ଦଳ ନେତାଙ୍କ ମୁହଁରୁ କହିବା ପାଇଁ ଲେଖିଦେଇଥିଲେ । ସେ ବୁଝେଇ ନାହାନ୍ତି ବେଇମାନର ସଂଜ୍ଞା କ’ଣ ?
ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି...କିଏ ବେଇମାନ ? ବିଜେପୁରରେ କଂଗ୍ରେସ ନେତାଙ୍କୁ ଆଣି ବିଜେଡିରେ ପ୍ରାର୍ଥୀ କରିଥିଲା । ସେତେବେଳେ ବିଜେଡି ବେଇମାନି କରିଥିଲା କି ନାହିଁ । କାକଟପୁରରେ ମନ୍ତ୍ରୀ ପଦ ଦେଖାଇ ବିଜେପି ପ୍ରାର୍ଥୀଙ୍କୁ ନେଇଗଲେ । ଏମିତି କି ଜଣେ ବିରୋଧୀ ଦଳ ନେତା ଯିଏକି ନାର୍ଲାର ତାଙ୍କୁ ଦଳକୁ ନେଇଗଲେ। ସଂପୂର୍ଣ୍ଣ ବେଇମାନ କାମ କରିଥିବା ଦଳର ନେତା କୁହନ୍ତୁ କିଏ ବେଇମାନ । ରାଜେନ୍ଦ୍ର ଢୋଲକିଆ ପରିବାରର ପୁଅଙ୍କୁ କହିବେ ବେଇମାନୀ । ଏହା ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭା ପାଏନି । ଅଙ୍ଗୁଳି ଦେଖେଇ କହିଲେ ପଛକୁ ୪ଟି ଅଙ୍ଗୁଳି ରହିଛି । ତାହେଲେ କିଏ ବେଇମାନ ,ବିଜୟ ମହାପାତ୍ରଙ୍କରଠୁ ନେଇ ନଳିନୀ ମହାନ୍ତି । ସମସ୍ତଙ୍କୁ ଧକ୍କା ମାରି ଦଳରୁ କାଢ଼ିଲେ । ବେଇମାନ ନେଇ ସେମାନେ ନକହିବା ଭଲ । ନୂଆପଡ଼ା ଲୋକେ ଏହାର ଜବାବ ଦେବେ ।
ଅଧିକ ପଢ଼ନ୍ତୁ--ନବୀନ, ସଞ୍ଜୟଙ୍କୁ ଜୟ ଢୋଲକିଆଙ୍କ ଜବାବ : ବ୍ୟକ୍ତିଗତ ସ୍ତରରେ ନୂଆପଡ଼ା ରାଜନୀତି
ସେ ଜନସାଧାରଣଙ୍କୁ ମଧ୍ୟ କହିଛନ୍ତି, ବିଜୁ ଜନତା ଦଳ ବାହାର ଜିଲ୍ଲାରୁ ଆଣି ପ୍ରାର୍ଥୀ କରିଛନ୍ତି । ଏଠି ନେତା କ’ଣ ଏତେ ଆଯୋଗ୍ୟକି । ଏତେ ବର୍ଷର ନେତା ତିଆରି ହୋଇନାହାନ୍ତି କି ? ଟିକେଟ କମିଟିର ସଦସ୍ୟା ନିଜେ ଚଞ୍ଚକତା କରି ପ୍ରାର୍ଥୀ ହେଲେ । ଏହା ନୂଆପଡ଼ା ବାସୀଙ୍କ ପାଇଁ ଧୋକା ନୁହେଁ କି? ପ୍ରାର୍ଥୀ ଖୋଜି ଖୋଜି ପାଇଲେନି ଯେ ବରଗଡ଼ରୁ ଆଣିଲେ , ଆପଣ ଏହାର ଜବାବ ଦେବେ । କଂଗ୍ରେସର ମୁଖିଆ ବିଦେଶରେ ଦେଶକୁ ନିନ୍ଦିତ କରୁଛନ୍ତି। ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ତାଙ୍କୁ ବାଧୁଚି । ସେନା ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହା କ’ଣ ତାଙ୍କ ଦେଶ ପ୍ରେମ ଦର୍ଶାଉଛି କି , ବୋଲି ପ୍ରଶ୍ନ ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ।
Follow Us