କନକ ବ୍ୟୁରୋ: ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚି ମା’ ସମଲେଶ୍ୱରୀଙ୍କ ଆର୍ଶୀବାଦ ନେବା ସହ ନବାନ୍ନ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ପରେ ସିଏମ୍ କିଷାନ ସହାୟତା ଓ ପିଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ୟ୍ୟକ୍ରମରେ ସାମିଲ ହେବେ।
ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ସମ୍ବଲପୁରରେ ସମଲେଶ୍ୱରୀ ଯୁବକ ସଂଘ, ଓଡ଼ିଶା ସାଂସ୍କୃତିକ ସମାଜ, ଚିତ୍ରତ୍ପୋଳା ଯୁବକ ସଂଘ, ମାରୱାଡ଼ି ଯୁବକ ସଂଘ ପକ୍ଷରୁ ଏନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।