କନକ ବ୍ୟୁରୋ : ଓଡ଼ିଶାକୁ କେମିତି ଅଧିକ ପୁଞ୍ଜି ଆସିବ । ଓଡିଶା କେମିତି ଏକ ଶିଳ୍ପ ହବରେ ପରିଣତ ହେବ । ସେହି ଲକ୍ଷ୍ୟ ନେଇ ଦିଲ୍ଲୀରୁ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ସରକାର । ଦିଲ୍ଳୀରେ ଆୟୋଜିତ ଆମ୍ବାସଡର ମିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି । କମିଶନର, ହାଇକମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଛନ୍ତି । ସେହିପରି  ଉତ୍କର୍ଷ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଞ୍ଜିନିବେଶକାରୀଙ୍କ ସହ ୱାନ-ଟୁ-ୱାନ ଆଲୋଚନା କରିଛନ୍ତି । ଓଡିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।ପୁଞ୍ଜି ଆଣିବାକୁ ଦିଲ୍ଲୀରେ ଆଲୋଚନା..

Advertisment

- ଓଡିଶାରେ ଶିଳ୍ପ ବାତାବରଣ ଏବଂ ପୁଞ୍ଚିନିବେଶ ପାଇଁ ଆଲୋଚନା

- ଆନ୍ତର୍ଜାତିକ ସହଭାଗୀତା ଭିତ୍ତିରେ ଓଡିଶାରେ କିପରି ବିଦେଶୀ ପୁଞ୍ଜି ନିବେଶ ହୋଇ ପାରିବ

- ସେମିକଣ୍ଡକ୍ଟର, ଆଇଟି, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲସ, ଇଲେକ୍ଟ୍ରୋନିକସ, ଫୁଡ ପ୍ରୋସେସିଙ୍ଗ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଆସିବ

- ୨୦୩୬ରେ ସମୃଦ୍ଧ ଓଡିଶା ଏବଂ ୨୦୪୭ ରେ ବିକଶିତ ଓଡିଶା ଗଠନ ଲକ୍ଷ୍ୟଆସୁଥିବା ଜାନୁଆରୀ ୨୮ ଓ ୨୯ରେ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା ୨୦୨୫ କନକ୍ଲେଭ୍ ପାଇଁ ଦିନଧାର୍ଯ୍ୟ କରାଯାଇଛି । ଏହି କନକ୍ଲେଭକୁ ସଫଳ କରିବା ପାଇଁ ଦିଲ୍ଲୀରେ ବୈଠକ ଓ ରୋଡସୋ କରି ପୁଞ୍ଜିପତିମାନଙ୍କୁ ଓଡ଼ିଶାକୁ ଆକୃଷ୍ଠ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଅନ୍ୟପଟେ ବିଜେପି ସରକାରକୁ ଜୁମଲା ସରକାର କହି କଟାକ୍ଷ କରିଛି ବିଜେଡି । ପୂର୍ବ ବିଜେଡି ସରକାର ପୁଞ୍ଜିନିବେଶକଙ୍କୁ ଆକୃଷ୍ଠ କରିବା ଲାଗି ୨୦୧୬, ୨୦୧୮, ୨୦୨୦ ଓ ୨୦୨୨ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ କରିଥିଲେ । ଏହି କନକ୍ଲେଭରେ ଦେଶ ବିଦେଶର ବହୁ ବଡ ବଡ ଶିଳ୍ପପତି ଓ କମ୍ପାନୀ ଆସିଥିଲେ । ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ, ବାସ୍ତବରେ କେତେ ପୁଞ୍ଜି ଆସିଛି ତାହା ବିରାଟ ପ୍ରଶ୍ନବାଚୀ ହୋଇ ରହିଛି ।