ପରିବେଶ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ, କହିଲେ ସମାଧାନର ବାଟ; ସୁରକ୍ଷା ପାଇଁ ଆଗେଇ ଆସିବାକୁ ଦେଲେ ଆହ୍ୱାନ

ଦେଢ଼ ମାସ ହେଲା ସମ୍ବାଦ ଗ୍ରୁପ୍ ପକ୍ଷରୁ ରାଜ୍ୟବ୍ୟାପି ଆୟୋଜିତ ହେଉଛି, ପରିବେଶ ପଂଚାୟତ । ଏହି କ୍ରମରେ ଆଜି କେନ୍ଦୁଝରରେ ପରିବେଶ ପଂଚାୟତ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପରିବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ।

Climate Panchayat

କନକ ବ୍ୟୁରୋ : ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପରିବେଶ । ଆଉ ଏତିକି ବେଳେ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ପରିବେଶ ପଂଚାୟତରେ ସାମିଲ ହୋଇ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ଜୟବାୟୁ ପରିବର୍ତ୍ତନ ସଂକଟ ଉତ୍କଟ ହେଉଥିବାବେଳେ ଏହାର ସମାଧାନର ବାଟ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପରିବେଶର ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଛନ୍ତି ।

କେନ୍ଦୁଝରରେ ଆୟୋଜିତ ପରିବେଶ ପଂଚାୟତରେ ମୁଖ୍ୟମନ୍ତ୍ରୀଙ୍କ ସହ ତେଲକୋଇ ବିଧାୟକ ଫକିର ନାୟକ, ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ସମ୍ପାଦିକା ତନୟା ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ସାମିଲ ହୋଇ ପରିବେଶର ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି । ପରିବେଶ ସଙ୍କଟ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ । ସେହିପରି ଆଗାମୀ ସମୟ ଓଡ଼ିଶାର ବିକାଶର ସମୟ ବୋଲି କହିଛନ୍ତି ସମ୍ବାଦ ଗ୍ରୁପ ସମ୍ପାଦିକା ତନୟା ପଟ୍ଟନାୟକ ।

ପ୍ରତ୍ୟେକ ବ୍ୟକ୍ତି ସଚେତନ ହେଲେ ଜୟବାୟୁ ପରିବର୍ତ୍ତନର ମୁକାବିଲା କରିହେବ । ତେଣୁ ପୁନଶ୍ଚ ପୃଥିବୀ କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାର ପ୍ରୟାସ ଆରମ୍ଭ କରିଛି ସମ୍ବାଦ ଗ୍ରୁପ୍ । ଏହି ଅଭିଯାନ ଏବେ ଆନ୍ଦୋଳନର ରୂପ ନେବାକୁ ଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe