କନକ ବ୍ୟୁରୋ : କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପୂର୍ବରୁ ଚାଷୀଙ୍କ ଖାତାକୁ ଯାଇଛି ସିଏମ୍ କିଷାନ ଟଙ୍କା । ଡିବିଟି ଜରିଆରେ ପ୍ରାୟ ୫୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧ ହଜାର ୪୧ କୋଟି ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରିମୋଟ ଚିପି ତୃତୀୟ କିସ୍ତି ପ୍ରଦାନ କରିଛନ୍ତି ।ଏଥିସହ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବ ବିଜେଡି ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ । ବିଜେଡି ସରକାର ସମୟରେ ଦେଶରେ ତଳଆଡୁ ଦୁଇ ନମ୍ୱର ଥିଲା ଓଡ଼ିଶା । ଚାଷୀଙ୍କ ଆୟ ବଢ଼ାଇବାକୁ ପ୍ରଥମ କ୍ୟାବିନେଟ୍ରେ ନିଷ୍ପତ୍ତି କଲେ ନୂଆ ସରକାର । ସୁଭଦ୍ରା, ପିଏମ୍ ଓ ସିଏମ୍ କିଷାନକୁ ମିଶାଇ ଚାଷୀଙ୍କ ଆୟ ବର୍ଷକୁ ୫୮ ହଜାର । ଖରିଫ ଓ ରବିରେ ୧୯ ଲକ୍ଷ ୭୨ ହଜାର ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ଦିଆଯାଇଛି । ଆଜିଯାଏଁ ଚାଷୀଙ୍କ ଖାତାକୁ ମୋଟ୍ ୭ ହଜାର ୫୩୭ କୋଟି ଟଙ୍କା ପଠାଯାଇଛି । ରେକର୍ଡ ପରିମାଣ ୯୨ ଲକ୍ଷ ୭୩ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି ।
ରାଜ୍ୟରେ ଚାଷୀଙ୍କ ଆୟ ବଢ଼ାଇବାକୁ ମୋହନ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏତିକିବେଳେ ବାଧକ ହୋଇଛି ଚାଷୀ ପଞ୍ଜୀକରଣ ସମସ୍ୟା । ଚଳିତମାସରେ ଚାଷୀ ପଞ୍ଜୀକରଣ ଅବଧି ଶେଷ ହେଉଥିବାରୁ ଏହାକୁ ଗୋଟିଏ ସପ୍ତାହ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ମଞ୍ଚ ଉପରେ ଏଭଳି ପ୍ରସ୍ତାବ ପରେ ବିଚାର କରିବାକୁ ପ୍ରତିଶ୍ରୁତି ବି ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଏଥିସହ ଧାନ ଦଲାଲଙ୍କୁ ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ । ଛତିଶଗଡ଼ରୁ ଧାନ ଆଣି ବେପାରୀମାନେ ଆମ ରାଜ୍ୟରେ ବିକ୍ରି କରୁଥିବା ନଜର ଆସିଛି । ଏମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ସହ ଜେଲରେ ପୂରାଯିବ ବୋଲି ସାଧାସିଧା ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/27/cm-kisan-scheme-1-2025-08-27-19-32-17.png)