ବସ୍ତିବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ଚିନ୍ତା, ଜମି ବ୍ୟାଙ୍କ ସୃଷ୍ଟି ଉପରେ ଫୋକସ୍

Advertisment

ବସ୍ତିବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ରାଜ୍ୟ ସରକାରଙ୍କ ଯୋଜନା । ବାସଗୃହ ସହ ମୌଳିକ ସୁବିଧା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ । ଜମି ବ୍ୟାଙ୍କ ସୃଷ୍ଟି ଉପରେ ଫୋକସ୍ ।

ବସ୍ତିବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ରାଜ୍ୟ ସରକାରଙ୍କ ଯୋଜନା । ବାସଗୃହ ସହ ମୌଳିକ ସୁବିଧା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ । ଜମି ବ୍ୟାଙ୍କ ସୃଷ୍ଟି ଉପରେ ଫୋକସ୍ ।

4-Slum

କନକ ବ୍ୟୁରୋ: ବସ୍ତିବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ରାଜ୍ୟ ସରକାରଙ୍କ ଯୋଜନା । ବସ୍ତିବାସିନ୍ଦାଙ୍କୁ ବାସଗୃହ ସହିତ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି । ଓଡିଶାର ସହରାଞ୍ଚଳରେ ପ୍ରାୟ ୮୦ ଲକ୍ଷ ଲୋକ ରହୁଛନ୍ତି । ଏଥିରୁ ପ୍ରାୟ ୨୫ ପ୍ରତିଶତ ଲୋକ ବସ୍ତି ଅଞ୍ଚଳରେ ରହୁଛନ୍ତି । ସହରରେ ରହିଲେ ମଧ୍ୟ ଅଧିକାଂଶ ଲୋକଙ୍କ ପାଖରେ ଭଲ ଘର କିମ୍ବା ଅନ୍ୟାନ୍ୟ ମୌଳିକ ସୁବିଧା ନାହିଁ । ତେଣୁ ସେମାନେ ଯେପରି ଉନ୍ନତ ଜୀବନଶୈଳୀ ସହିତ ନିଜର ଜୀବିକା ନିର୍ବାହ କରିପାରିବେ, ସେ ସଂପର୍କରେ ଯୋଜନା ପ୍ରସ୍ତୁତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବାରୋପ କରିଛନ୍ତି । ବୁଧବାର ଲୋକସେବା ଭବନରେ ଏସମ୍ପର୍କରେ ଏକ ବୈଠକ ବସିଥିଲା । ଏଥିରେ ବସ୍ତିବାସିନ୍ଦାଙ୍କ ଜୀବନଶୈଳୀରେ ବିକାଶ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏକ ଉପସ୍ଥାପନା ରଖିଥିଲେ । ଏଥିରେ ରାଜ୍ୟର ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇଦେବା ପାଇଁ ଜମି ବ୍ୟାଙ୍କ ସୃଷ୍ଟି ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଘର ସହିତ ସଡ଼କ, ବିଜୁଳି, ପାଣି, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, ପାର୍କ, ଖୋଲାସ୍ଥାନ ଇତ୍ୟାଦି ସମସ୍ତ ମୌଳିକ ଓ ଅନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ବସ୍ତି ଅଞ୍ଚଳ ଗୁଡ଼ିକ ଯେପରି ଆଦର୍ଶ ଆବାସିକ ଅଞ୍ଚଳ ଭାବେ ଗଢ଼ି ଉଠିବ ଏବଂ ସହରର ନାଗରିକ ଭାବରେ ସେମାନେ ଯେପରି ସମ୍ମାନର ସହ ସମସ୍ତ ମୌଳିକ ସୁବିଧା ହାସଲ କରିପାରିବେ, ସେଥିପାଇଁ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe