କନକ ବ୍ୟରୋ: ବରଗଡ ଧନୁଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ ଘୋଷଣା । ସ୍ଥାୟୀ ରଙ୍ଗମହଲ ତିଆରି କରବା ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଯମୁନା ନଦୀ ବୋଲାଉଥିବା ଜିରା ନଦୀରେ ଆନିକଟ ପାଇଁ ୮୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । କେନାଲର ସୋନ୍ଦର୍ୟ୍ୟକରଣ ପାଇଁ ୩୦ କୋଟି ଟଙ୍କା ମଜୁରୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଥମ ପର୍ୟ୍ୟାୟରେ ଧନୁଯାତ୍ରାର ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବାବେଳେ ଆଜି ମଞ୍ଚରେ ୧୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଆଜି ମଞ୍ଚରେ ପ୍ରଦାନ କରି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମଞ୍ଚରେ ରହି ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ଷ କହିଛନ୍ତି, ବରଗଡ ଓଡିଶାର ଭାତ ହାଣ୍ଡି ଚାଷ ଓ ଚାଷୀ ସମଗ୍ର ଭାରତ ବର୍ଷ ରେ ପରିଚିତ ବରଗଡ ଜିଲ୍ଲା କ୍ଷ ସେଥିପାଇଁ ଚାଷୀ ଆମ ଅନ୍ନଦାତା ପୂର୍ବ ସରକାର ଏହି ଅନ୍ନଦାତାଙ୍କୁ ୧୦୦ ଟଙ୍କା ବୋନସ ସବସିଡି ଦେବା ପାଇଁ କହିଥିଲେ ୨୪ ବର୍ଷ ଶାସନ କଳେ କିନ୍ତୁ ଦେଲେ ନାହିଁ ତେବେ କିନ୍ତୁ ଆମେ ସରକାର ଆସିଲା ପରଠୁ ସଙ୍ଗେ ସଙ୍ଗେ ୩୧୦୦ ଟଙ୍କା ଧାନ କୁଣ୍ଟାଲ ଧାନ କରିବା ସହିତ ୮୦୦ ଟଙ୍କା ବୋନସ ଆମ ସରକାର ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/13/5TGfLDw8QrOmXX3Ht6EB.jpg)