ବିଜେଡି ସରକାରକୁ ଛିଗୁଲେଇଲେ ମୋହନ । କହିଲେ, ‘ଅପରେସନ ସକସେସଫୁଲ, ପେସେଣ୍ଟ ଇଜ୍ ଡେଡ୍’

Advertisment

ଚାଷୀ କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ରାଜନୀତି ଗରମ ଥିବାବେଳେ କୃଷି ଓଡିଶା ସମ୍ମିଳନୀ ମଞ୍ଚରୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବର ବିଜେଡି ସରକାରକୁ ଛିଗୁଲେଇ କହିଛନ୍ତି, ଦୁଇ ଦଶନ୍ଧୀ ଧରି ଓଡ଼ିଶା କେବଳ ଧାନରେ ସ୍ବାବଲମ୍ବୀ ହୋଇଛି।

ଚାଷୀ କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ରାଜନୀତି ଗରମ ଥିବାବେଳେ କୃଷି ଓଡିଶା ସମ୍ମିଳନୀ ମଞ୍ଚରୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବର ବିଜେଡି ସରକାରକୁ ଛିଗୁଲେଇ କହିଛନ୍ତି, ଦୁଇ ଦଶନ୍ଧୀ ଧରି ଓଡ଼ିଶା କେବଳ ଧାନରେ ସ୍ବାବଲମ୍ବୀ ହୋଇଛି।

ନବୀନଙ୍କୁ ଛିଗୁଲେଇଲେ ମୁଖ୍ୟମନ୍ତ୍ରୀ

ନବୀନଙ୍କୁ ଛିଗୁଲେଇଲେ ମୁଖ୍ୟମନ୍ତ୍ରୀ Photograph: (KanakNews )

କନକ ବ୍ୟୁରୋ: ଚାଷୀ କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ରାଜନୀତି ଗରମ ଥିବାବେଳେ କୃଷି ଓଡିଶା ସମ୍ମିଳନୀ ମଞ୍ଚରୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ପୂର୍ବର ବିଜେଡି ସରକାରକୁ ଛିଗୁଲେଇ କହିଛନ୍ତି, ଦୁଇ ଦଶନ୍ଧୀ ଧରି ଓଡ଼ିଶା କେବଳ ଧାନରେ ସ୍ବାବଲମ୍ବୀ ହୋଇଛି। ଆଳୁ ପାଇଁ ପଶ୍ଚିମବଙ୍ଗ ନାଲିଆଖି ଦେଖାଉଛି। ପିଆଜ ପାଇଁ ମହାରାଷ୍ଟ୍ର, ଟମାଟୋ ପାଇଁ କର୍ଣ୍ଣାଟକ ଉପରେ ଭରସା କରିବାକୁ ପଡୁଛି। ମାଛ, ଅଣ୍ଡା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି। ଆଳୁ ମିଶନ ବିଫଳ ହେବାର ଉଦାହରଣ ଦେଇ କଡା ସମାଲୋଚନା କରିଛନ୍ତି। 

ତେବେ ପୂର୍ବ ସରକାରକୁ କେବଳ ସମାଲୋଚନା କରି ନାହାନ୍ତି ମୋହନ, ବରଂ ତାଙ୍କ ସରକାର ଚାଷ ଓ ଚାଷୀଙ୍କ ସମସ୍ୟାର ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କହିଛନ୍ତି, ବିଜେଡି ସରକାର ଚାଷ ଓ ଚାଷୀଙ୍କ ପାଇଁ କାମ ନକରି କେବଳ ପ୍ରଚାରରେ ମାତିଥିଲା। ହେଲେ, ତାଙ୍କ ସରକାର ଚାଷୀଙ୍କ ସହ ଅଛି। ଚାଷୀଙ୍କ ଉନ୍ନତି ପାଇଁ ଅର୍ଥର ଅଭାବ ରହିବନି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା ପରେ, ବିଜେଡି ବିଧାୟକ କହିଛନ୍ତି, ପୂର୍ବ ସରକାରକୁ ଦୋଷ ଦେଇ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବର୍ତ୍ତମାନର ସରକାର। 

ଆଳୁ, ପିଆଜ, ମାଛ, ଅଣ୍ଡା ଭଳି ଅତି ଆବଶ୍ୟକ ସାମଗ୍ରୀ ପାଇଁ ଓଡିଶା ସବୁବେଳେ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିଆସୁଛି। ଏହାର ସମାଧାନ ପାଇଁ ପୂର୍ବ ସରକାର ଅନେକ ଯୋଜନା ହାତକୁ ନେଇଥିଲେ। ହେଲେ, ସେସବୁ ଯୋଜନା ଫେଲ ମାରିଥିଲା। ତେବେ ନୂଆ ସରକାର ନୂଆ ଯୋଜନା ଆଣି ଏସବୁ ସମସ୍ୟାର ସମାଧାନ କେବେ କରିବେ ତାକୁ ଅପେକ୍ଷା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe