କନକ ବ୍ୟୁରୋ: ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ଖାଦ୍ୟକୁ ନେଇ ଲୋକସଭା ଭବନରେ ଆରମ୍ଭ ହୋଇଛି ଶ୍ରୀଅନ୍ନ ସମ୍ମିଳନୀ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ମାଣବସା ଗୁରବାରରେ ମା' ଲକ୍ଷ୍ମୀଙ୍କୁ ମାଣ୍ଡିଆ ଭୋଗ ଅର୍ପଣ କରିବାକୁ ଆହ୍ବାନ ଦେଇଛନ୍ତି । ସମ୍ମିଳନୀରେ ଭଳିକି ଭଳି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସ୍ଥାନ ପାଇଛି ।
ମାଣ୍ଡିଆ ଦିବସରେ ଲୋକସେବା ଭବନରେ ପଡିଛି ମାଣ୍ଡିଆର ପସରା । ଲୋକସେବା ଭବନରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ । ଭଳିକି ଭଳି ମାଣ୍ଡିଆରେ ପ୍ରସ୍ତୁତ ସାମଗ୍ରୀ ମିଳୁଛି । ଅନ୍ତର୍ଜାତୀୟ ଶ୍ରୀଅନ୍ନ ମୁଖ୍ୟମନ୍ତ୍ରୀ ବି ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଭୋଗ ଅର୍ପଣ କରିବାକୁ ମାଆ ମାନଙ୍କୁ ନିବେଦନ କରିଛନ୍ତି । ଏହାସହ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ବ୍ୟଞ୍ଜନ ପରିବାରଲୋକଙ୍କୁ ଖୁଆଇବାକୁ ବି ସେ କହିଛନ୍ତି ।
ରାଜ୍ୟରେ ଏବେ ୧୬ ଲକ୍ଷ ହେକ୍ଟର ଜମିରେ କୌଣସି ଚାଷ ହେଉନାହିଁ । ରାଜ୍ୟରେ ମାତ୍ର ୧୭ ପ୍ରତିଶତ ଚାଷ ଜମିରେ ୧୨ ମାସ ଚାଷ ହୁଏ, ଅନ୍ୟ ୮୩ ପ୍ରତିଶତ ଚାଷଜମିରେ କେବଳ ୪ ମାସ ଚାଷ ହୁଏ, ୮ ମାସ ପଡିଆ ପଡେ । ଏହି ଧାରାରେ ପରିବର୍ତ୍ତନ ଆଣି ଆନ୍ଧ୍ର ମଡେଲକୁ ଆପଣାକୁ ପରାମର୍ଶ ଦେଇଛନ୍ତି ନୀତି ଆୟୋଗ ସଦସ୍ୟ । ତେବେ ମାଣ୍ଡିଆ ଭଳି ଶସ୍ୟ କରି ଏହାର ବଜାର ଚାହିଦା ବଢାଇବାକୁ ସେ କହିଛନ୍ତି । ଶ୍ରୀଅନ୍ନ ସମ୍ମିଳନୀ ଷ୍ଟଲରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ, ବିଭିନ୍ନ କିସମର ଖାଦ୍ୟଶସ୍ୟ ସ୍ଥାନ ପାଇଛି । ବିଶେଷକରି ମାଣ୍ଡିଆରେ ତିଆରି ନୁଡଲ୍ସ, ଚିପ୍ସ, କେକ ମୁଖ୍ୟ ଆକର୍ଷଣ ପାଲଟିଛି ।