ନବୀନଙ୍କୁ ମୋହନଙ୍କ ଟାର୍ଗେଟ; କହିଲେ, ପ୍ରଶ୍ନ କଲେ ଉତ୍ତର ଶୁଣିବା ପାଇଁ ଉପସ୍ଥିତି ରହିଲେନି ନବୀନ

Advertisment

ବିଧାନସଭାରେ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିବୃତିକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସରକାରଙ୍କୁ ଅକଳରେ ପକାଇବାର ଚେଷ୍ଟା କରିଛନ୍ତି ନବୀନ।

ବିଧାନସଭାରେ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିବୃତିକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସରକାରଙ୍କୁ ଅକଳରେ ପକାଇବାର ଚେଷ୍ଟା କରିଛନ୍ତି ନବୀନ।

Naveen & Mohan

କନକ ବ୍ୟୁରୋ ବିଧାନସଭାରେ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିବୃତିକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସରକାରଙ୍କୁ ଅକଳରେ ପକାଇବାର ଚେଷ୍ଟା କରିଛନ୍ତି ନବୀନ। ରଥଯାତ୍ରାରେ ଅବ୍ୟବସ୍ଥା ସହ ବଳଭଦ୍ର ତଳେ ପଡ଼ିଯିବା ଘଟଣା କୋଟିକୋଟି ଓଡ଼ିଆଙ୍କ ମନରେ ଆଘାତ ଦେଇଥିବା କଥା କହିଛନ୍ତି। ଶାନ୍ତି ପାଇଁ ପରିଚିତ ଓଡ଼ିଶାରେ ଚିକିଟି ମଦମୃତ୍ୟୁ ଭଳି ଘଟଣା, ରାଜ୍ୟପାଳଙ୍କ ପୁଅ ସରକାରୀ ଅଫିସରଙ୍କୁ ମାଡ଼ ମାରିବା ଘଟଣା ଘଟଣାକୁ ସମାଲୋଚନା କରିଛନ୍ତି ନବୀନ।

ଏସବୁ ଘଟଣା ଚିନ୍ତା ଜନକ ଦର୍ଶାଇ ଯେକୌଣସି ପରିସ୍ଥିତିରେ ଓଡ଼ିଶାରେ ଶାନ୍ତି ବଜାୟ ରହିବା ଦରକାର ବୋଲି ନବୀନ କହିଛନ୍ତି। ନୂଆ ସରକାର ଆସିବା ପରେ ବାଲେଶ୍ୱର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସେପଟେ ମୁଖ୍ୟମନ୍ତ୍ରୀ ନିଜ ବିବୃତିରେ କହିଲେ ବିରୋଧୀ ଦଳ ନେତା ପ୍ରଶ୍ନ କରି ମୋଠୁ ଉତ୍ତର ଚାହିଁଛନ୍ତି କିନ୍ତୁ ଶୁଣିବା ପାଇଁ ଗୃହରେ ଉପସ୍ଥିତ ନାହାନ୍ତି। ବୋଧ ହୁଏ ବିଧାନସଭାଠୁ ତାଙ୍କର ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାମ ଥିବ। ସେଥିପାଇଁ ସେ ଗୃହରେ ଉପସ୍ଥିତ ନାହାନ୍ତି ତାଙ୍କ ପ୍ରଶ୍ନର ଉତ୍ତର ଶୁଣିବା ପାଇଁ। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଠିକ ଅଛି ଏବଂ ଶାନ୍ତି ବଜାୟ ରହିଛି। ନିକଟରେ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାହିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ କେବେ ବି ଧ୍ୟାନ ଦେଇ ନାହାନ୍ତି। ସବୁ ପାରାମିଟରରେ ଆମେ ଆଗରେ ରହିଛୁ। ପୂର୍ବ ସରକାର ସମୟରେ ଅପରାଧୀଙ୍କ ମନରେ ଡ଼ର କି ଭୟ ନଥିଲା। ବିଗତ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଉତ୍ତରଦାୟୀ। ଆମ ପୋଲିସ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ସମ୍ପୂର୍ଣ୍ଣ ସମର୍ଥ। କିନ୍ତୁ ରାଜନୈତିକ ଇଛା ଶକ୍ତି ଅଭାବରୁ ପୋଲିସକୁ ତା କାମ କରିବାକୁ ଦିଆଯାଉନଥିଲା। ଆମ ସରକାର ମାମଲାର ତୁରନ୍ତ ଫଇସଲା କରିବା ଲାଗି ଖୁବଶୀଘ୍ର ସ୍ୱତନ୍ତ୍ର ଅଦାଲତ କରିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe