କନକ ବ୍ୟୁରୋ: ଉପ-ନିର୍ବାଚନ ପୂର୍ବରୁ ନୂଆପଡ଼ାକୁ ବଡ଼ ଭେଟି । ନୂଆପଡ଼ା ଗସ୍ତରେ ଯାଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖରିଆର ରୋଡ୍କୁ ମ୍ୟୁନିସିପାଲିଟି ଘୋଷଣା କରିବା ସହ ସିନାପାଲି ଓ କୋମନକୁ ଏନ୍ଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୧୦୦ କୋଟିର ୯୫୭ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଛନ୍ତି । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ନୂଆପଡ଼ାବାସୀଙ୍କୁ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ସହ ଶୁଭ ଉଦ୍ଘାଟନ ହୋଇଛି । ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ତଥା ଶିଳାନ୍ୟାସ କରିଛନ୍ତି ।
ବିହାର ବିଧାନସଭା ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ହେବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି ଜାତୀୟ ନିର୍ବାଚନ କମିସନ । ତେବେ ନିର୍ବାଚନ ତାରିଖ ଏଯାଏଁ ଘୋଷଣା କରାଯାଇନି । ଅକ୍ଟୋବର ୬ ତାରିଖ ବିହାର ନିର୍ବାଚନ ତାରିଖ ସହ ନୂଆପଡ଼ା ଉପନିର୍ବାଚନ ବିଗୁଲ ବାଜିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/06/mohan-majhi-2025-10-06-15-22-46.jpg)