କନକ ବ୍ୟୁରୋ: କଟକ ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୁତିପୀଠରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଆୟୋଜିତ ଗାନ୍ଧୀଙ୍କ ଏକ ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସ୍ବଚ୍ଛତା ହିଁ ସେବା କାର୍ୟ୍ୟକ୍ରମରେ ସାମିଲ ହୋଇ ଗାନ୍ଧୀ ସ୍ମୁତିପୀଠ ପରିସରରେ ଝାଡୁ ଧରି ସଫେଇ କରିଥିଲେ ଏବଂ ବ୍ରୁକ୍ଷରୋପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କ ପାଇଁ ଆଦର୍ଶ। ବର୍ତ୍ତମାନ ସମୟରେ ଗାନ୍ଧୀଙ୍କ ଅହିଂସା ନୀତି ଏବଂ ବିଚାରଧାରାରେ ସମସ୍ତେ ପ୍ରେରିତ ହେବା ଉଚିତ୍ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ୟ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ଜିଲ୍ଲାର ସମସ୍ତ ବିଧାୟକ ଏବଂ କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ତେଲେଙ୍ଗାପେଣ୍ଠ ସ୍ଥିତ ଅଡଙ୍ଗଡିହ ସାହିରେ ଅନ୍ତର୍ୟ୍ୟାମୀ ବେହେରାଙ୍କ ଘରେ ମଧ୍ୟାହ୍ନଭୋଜନ ଖାଇଥିଲେ ।
ଗାନ୍ଧୀ ଜୟନ୍ତୀ ପାଳିଲେ ମୁଖ୍ୟମନ୍ତ୍ରୀ । କହିଲେ ଗାନ୍ଧୀଙ୍କ ବିଚାରଧାରାରେ ସମସ୍ତେ ପ୍ରେରିତ ହେବା ଉଚିତ୍ ।
କଟକ ତେଲେଙ୍ଗାପେଣ୍ଠ ଗାନ୍ଧୀ ସ୍ମୁତିପୀଠରେ ଗାନ୍ଧୀ ଜୟନ୍ତୀ ପାଳିଲେ ମୁଖ୍ୟମନ୍ତ୍ରୀ । କହିଲେ ଗାନ୍ଧୀଙ୍କ ବିଚାରଧାରାରେ ସମସ୍ତେ ପ୍ରେରିତ ହେବା ଉଚିତ୍ । କାର୍ୟ୍ୟକ୍ରମ ପରେ ଅଡଙ୍ଗଡିହ ସାହିର ଅନ୍ତର୍ୟ୍ୟାମୀଙ୍କ ଘରେ କଲେ ମଧ୍ୟାହ୍ନଭୋଜନ ।
/kanak/media/media_files/S6xpZOXCFAyOdI6AK7NX.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)