କନକ ବ୍ୟୁରୋ: ଦିନିକିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ନୂଆଦିଲ୍ଲୀରେ । ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କଲେ । ଏହାକୁ ନେଇ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ମୋହନ ମାଝୀ । ସେ ଲେଖିଛନ୍ତି, "ଆଜି ନୂଆଦିଲ୍ଲୀରେ ମାନନୀୟ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା । ଏହି ଅବସରରେ ରାଜ୍ୟରେ ଆମ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣ ଯୋଜନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କଲି। ଉପରାଷ୍ଟ୍ରପତିଙ୍କୁ 'ଓଡ଼ିଶା ଭିଜନ୍ ୨୦୩୬ | ୨୦୪୭' ପ୍ରଦାନ କରି ରାଜ୍ୟର ଦୀର୍ଘମିଆଦୀ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଲି । ତାଙ୍କର ପ୍ରେରଣା ଓ ମାର୍ଗଦର୍ଶନ ପାଇଁ କୃତଜ୍ଞ ।"
ଆଜି ନୂଆଦିଲ୍ଲୀରେ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ @CPR_VP ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା ।
— Mohan Charan Majhi (@MohanMOdisha) October 4, 2025
ଏହି ଅବସରରେ ରାଜ୍ୟରେ ଆମ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣ ଯୋଜନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କଲି। ମାନନୀୟ ଉପରାଷ୍ଟ୍ରପତିଙ୍କୁ 'ଓଡ଼ିଶା ଭିଜନ୍ ୨୦୩୬ | ୨୦୪୭' ପ୍ରଦାନ କରି ରାଜ୍ୟର… pic.twitter.com/74tVrx4SZf
ଏହାସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସାକ୍ଷାତକାର ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ସେହିପରି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ଙ୍କୁ ବି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ୟ୍ୟ, ଜନକଲ୍ୟାଣ ଯୋଜନା ଓ ଭବିଷ୍ୟତ କାର୍ୟ୍ୟପନ୍ଥା ଉପରେ ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ମୋହନ ମାଝୀ। ଏଥିସହ ଉପରାଷ୍ଟ୍ରପତିଙ୍କୁ 'ଓଡ଼ିଶା ଭିଜନ୍ ୨୦୩୬-୨୦୪୭' ପ୍ରଦାନ କରିଛନ୍ତି ମୋହନ ମାଝୀ। ଦିନିକିଆ ଗସ୍ତରେ ଅନ୍ୟାନ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ।