କନକ ବ୍ୟୁରୋ : ୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ୮ଟି ଜିଲ୍ଲାରେ ହେବ ୧୦ଟି ପ୍ରକଳ୍ପ । ପ୍ରାୟ ୯,୦୦୦ ନିଯୁକ୍ତି ସୃଷ୍ଟି ହେବ । ନବୀକରଣ ଶକ୍ତି ଏବଂ ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକ ଉପରେ ସରକାରଙ୍କ ଗୁରୁତ୍ୱ । ଖୋର୍ଦ୍ଧାରେ ହେବ ସେମିକଣ୍ଡକ୍ଟର ମେମୋରି ଚିପ୍ ପ୍ଲାଣ୍ଟ । ହାଇ ପରଫର୍ମାନ୍‌ସ ମ୍ୟାଗନେଟ ଉତ୍ପାଦନ (ରେଆର ଆର୍ଥ) ପ୍ଲାଣ୍ଟ ପୁଞ୍ଜି ଆକର୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩-ସୂତ୍ରୀ ଆକ୍ସନ ପ୍ଲାନ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୪୪ ତମ ହାଇ ଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକରେ ଆଜି ୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ।

Advertisment

ରାଜ୍ୟର ୮ଟି ଜିଲ୍ଲାରେ ଏହି ୧୦ଟି ପ୍ରକଳ୍ପ ସ୍ଥାପନ କରାଯିବ, ଯାହାଦ୍ୱାରା ପ୍ରାୟ ୯ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହି ଜିଲ୍ଲାଗୁଡ଼ିକ ହେଉଛି- ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼ । ରେଆର ଆର୍ଥ ମାନୁଫାକ୍ଚରିଙ୍ଗ୍, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ, ଟେଲିକମ୍ ଭିତ୍ତିଭୂମି ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁର କରାଯାଇଛି ।  ବୈଠକରେ ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ୟ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନ ପାଇଁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ, ଟେକ୍ନୋଲୋଜି ପରିଚାଳିତ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି ।

ଅଧିକ ପଢନ୍ତୁ : ଶିକ୍ଷକ ନିଯୁକ୍ତି ଦାବିରେ ତାତିଲେ,  ପ୍ରଧାନ ଶିକ୍ଷକ ଓ ସିଆର୍‌ସିସିଙ୍କୁ ଶ୍ରେଣୀଗୃହରେ ତାଲା ପକାଇଲେ ଛାତ୍ରଛାତ୍ରୀ

୪,୬୨୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ସେମିକଣ୍ଡକ୍ଟର ମେମୋରୀ ଚିପ୍ ମଡ୍ୟୁଲ୍‌ ପ୍ଲାଣ୍ଟ ଏବଂ ୧୦୫୦ କୋଟି ଟଙ୍କା ବିନିଯୋଗରେ ଏକ ଇଣ୍ଟିଗ୍ରେଟେଡ୍ ହାଇ ପରଫର୍ମାନ୍‌ସ ମ୍ୟାଗନେଟ ମାନୁଫାକ୍ଚରିଙ୍ଗ୍ ଫାସିଲିଟି ନିର୍ମାଣ ହେବ । ସେହିପରି ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଅଟୋମୋଟିଭ୍, ଏରୋସ୍ପେଶ୍ ଓ ଡିଫେନ୍ସ ଉପକରଣ ନିର୍ମାଣ ୟୁନିଟ ସ୍ଥାପନ କରିବ ।  କୋରାପୁଟରେ ୨୦୦୦ କୋଟି ଟଙ୍କା ବିନିଯୋଗରେ, ଏବଂ ମାଲକାନଗିରିରେ ୨୦୦୦ କୋଟି ଟଙ୍କା ବିନିଯୋଗରେ ସିମେଣ୍ଟ ପ୍ରସ୍ତୁତି ୟୁନିଟ ପ୍ରତିଷ୍ଠା ହେବ । ନବୀକରଣୀୟ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ ନୟାଗଡ଼ରେ ୯, ୭୩୧ କୋଟି, କୋରାପୁଟରେ ୯୦୦୦ କୋଟି, କଳାହାଣ୍ଡିରେ ୭୫୦୬.୯୪ କୋଟି ଏବଂ ଦେବଗଡ଼ରେ ୩୭୧୧.୫୬ କୋଟି ଟଙ୍କା ବିନିଯୋଗ ହେବ ।