କନକ ବ୍ୟୁରୋ:  ଉତ୍କର୍ଷ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇ ପୁଞ୍ଜିନିବେଶକାରୀଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଏଲ ଇଣ୍ଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ଡକ୍ଟର ରଞ୍ଜତି ରଥ, ଜେକେ ପେପର ଲିମିଟେଡ୍‌ର ଅଧ୍ୟକ୍ଷ ହର୍ଷ ପତି ସିଂଘାନିଆଙ୍କ ସହ ସାମ୍ନା ସାମ୍ନି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରେ ଆମ୍ବାସାଡର ମିଟ୍‌ରେ ସାମିଲ ହୋଇଛନ୍ତି ।

Advertisment

ନରୱେ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ୍, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଆମେରିକା, ଥାଇଲାଣ୍ଡ, ଭିଏତନାମ ଓ ବିଟ୍ରେନ୍‌ର ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ଉତ୍କର୍ଷ ଓଡ଼ିଶା ରୋଡ୍ ସୋ’ ଆୟୋଜିତ ହେବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି। ଆସନ୍ତାବର୍ଷ ଜାନୁଆରୀ ୨୮ ଓ ୨୯ରେ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା ୨୦୨୫ କନକ୍ଲେଭ୍ ପାଇଁ ଦିନଧାର୍ୟ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୫ ବର୍ଷ ଓଡ଼ିଶାରେ ୫ଲକ୍ଷ କୋଟି ନିବେଶ ଯୋଜନା ରହିଛି। ପୁଞ୍ଜିପତିଙ୍କୁ ଓଡ଼ିଶା ମୁହାଁ କରିବାକୁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ।  

 

ନୂଆ ଦିଲ୍ଲୀରେ ଆମ୍ବସାଡର୍ ମିଟ୍ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ।  ଦିଲ୍ଲୀ ଗସ୍ତରେ କମିଶନର, ହାଇକମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି । ଏଥିରେ ଆନ୍ତର୍ଜାତିକ ସହଭାଗିତା ଭିତ୍ତିରେ ଓଡ଼ିଶାରେ କିପରି ବିଦେଶୀ ପୁଞ୍ଜି ନିବେଶ ହୋଇପାରିବ ସେନେଇ ଆଜିର ଆଲୋଚନା ଫଳପ୍ରଦ ହୋଇଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ଆଶା କରୁଛି ୨୦୨୫ କନକ୍ଲେଭ ଏକ ସର୍ବବୃହତ୍ତ ଶିଳ୍ପ ସମାବେଶଭାବରେ ଅନୁଷ୍ଠିତ ହେବାକୁ ଯାଉଛି । ଆଗାମୀ ଦିନରେ ସେମିକଣ୍ଡକ୍ଟର, ଆଇଟି, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲ୍ସ, ଇଲେକ୍ଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଛି ।  ଏହା ୨୦୩୬ରେ ସମୃଦ୍ଧ ଓଡିଶା ଏବଂ ୨୦୪୭ରେ ବିକଶିତ ଓଡିଶା ଗଠନରେ ନିଶ୍ଚିନ୍ତ ସୁଦୃଢ଼ ମୂଳଦୁଆ ପକାଇବ ।

ସେ ଆହୁରି କହିଛନ୍ତି, "ଓଡିଶାର ଏବେ ଡବଲ ଇଞ୍ଜିନ ସରକାର ହୋଇଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡିଶା ଏକ ଶିଳ୍ପ ହବ୍ ରେ ପରିଣତ ହେବାକୁ ଯାଉଛି । ଏଥିନେଇ ନିଶ୍ଚିତ ରୂପରେ ଆମକୁ  ଆଜି ଏକ ସଫଳ ସଙ୍କେତ ମିଳି ପାରିଛି ।"