କନକ ବ୍ୟରୋ: ସମ୍ବଲପୁରରେ ଆଜି ନୂଆଁଖାଇ ଅବସରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜସ୍ୱ ମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଜନାର ଶୁଭଉଦଘାଟନ ହୋଇଛି । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ଯୋଜନାର ପ୍ରଥମ କିିସ୍ତି ଟଙ୍କା ।
ଏହି ଯୋଜନାରେ ୪୫, ୭୬, ୫୨୪ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଭୂମିହୀନ ଚାଷୀ ଲାଭାନ୍ୱିତ ହେବେ । ଏହା ସହ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ । ସିଏମ କିଷାନ ଯୋଜନାରେ ୯୨୦କୋଟିର ଅଧିକ ଟଙ୍କାର ଆର୍ଥିକ ସହାୟତା ଡେବିଟ ମାଧ୍ୟମରେ ଚାଷୀଙ୍କ ଖାତାକୁ ହସ୍ତାନ୍ତର କରାଯିବ।
ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଏମ କିଷାନ ଓ ପିଏମ କିଷାନ ଯୋଜନାରେ ନୂତନ ହିତାଧିକାରୀଙ୍କ ନାମ ପଞ୍ଜୀକରଣ ଲାଗି ନୂତନ ପୋର୍ଟାଲର ଉନ୍ମୋଚନ କରିବେ । ଏହାଦ୍ୱାରା ପିଏମ କିଷାନ ଯୋଜନାର ସ୍ୱତନ୍ତ୍ର ପଦକ୍ଷେପରେ ଆଗାମୀ ୨ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ପ୍ରକ୍ରିୟା ଆରମ୍ଭ ହେବ । କୃଷକ ଓଡ଼ିଶା ୟୁନିଫାଏଡ଼ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ । ଏହି ପୋର୍ଟାଲ ମାଧ୍ୟମରେ ଚାଷୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁସଙ୍ଗିକ ବିଭାଗ ସମ୍ବନ୍ଧୀୟ ଯୋଜନାରେ ଆବେଦନ କରିପାରିବେ ।