କନକ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ୍ ଯୋଜନା । ଆଉ ଏହି ଯୋଜନାରେ ଲାଭବାନ ହେଇପାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି କୃଷି ମନ୍ତ୍ରୀ କେଭି ସିଂହ ଦେଓ ।
ସୂଚନା ମୁତାବକ, ସିଏମ୍ କିଷାନ ଯୋଜନାରେ ପ୍ରତ୍ୟେକ କିସ୍ତିରେ ୨ ହଜାର ଲେଖାଏଁ ଟଙ୍କା ବର୍ଷକୁ ଦୁଇଟି ଗକିସ୍ତାରେ ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ପ୍ରତ୍ୟେକ ଭୂମିହୀନ କୃଷି ପରିବାରକୁ ସମୁଦାୟ ତିନୋଟି କିସ୍ତିରେ ୧୨ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବ । ତେବେ ନୂତନ ଭାବରେ ପଞ୍ଜୀକୃତ ହେବା ପାଇଁ ଚାଷୀମାନେ ସିଏମ୍ କିଷାନ ଅଭିଯୋଗ ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଖୁବଶୀଘ୍ର କାର୍ୟ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ।
ଅନ୍ୟପଟେ ପିଏମ୍ କିଷାନ ଯୋଜନାର ନିୟମାବଳୀ ଅନୁଯାୟୀ ଚାଷୀମାନେ ଯୋଗ୍ୟ ବିବେଚିତ ହେବେ । ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯଇବ । ଏନେଇ ବାଲେଶ୍ୱର ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/kcEMUnEMzl3gIEWQK8Qv.jpg)