କନକ ବ୍ୟୁରୋ : ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା ରାଶି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଭେଟି ଦେବେ ସରକାର । ଉପକୃତ ହେବେ ୫୧ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାର । ମୋଟ ୧ ହଜାର ୪୧ କୋଟି ଟଙ୍କାର ସହାୟତା ରାଶି ଦିଆଯିବ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ଯିବ । ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି । ଆଜି ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିବେ ।
ଆଜି ଆକାଉଣ୍ଟକୁ ଯିବ ସିଏମ୍ କିଷାନ ସହାୟତା ରାଶି : ନୂଆଖାଇ ଅବସରରେ ଚାଷୀଙ୍କୁ ଭେଟି ଦେବେ ସରକାର
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଭେଟି ଦେବେ ସରକାର । ଉପକୃତ ହେବେ ୫୧ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାର ।
/kanak/media/media_files/2025/08/27/money-2025-08-27-07-46-36.jpg)