କନକ ବ୍ୟୁରୋ: ଅବକାରୀ ନୀତି ଦୁର୍ନୀତି ମାମଲାରେ କୋର୍ଟରୁ ଜାମିନ ମିଳିବା ପରେ ଆଜି ଇସ୍ତଫା ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ଆପ୍ ମୁଖ୍ୟାଳୟ ପହଞ୍ଚିବା ପରେ ପାର୍ଟି ନେତାଙ୍କୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ ।
କହିଛନ୍ତି, 'ଦୁଇ ଦିନ ପରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ । ଆଉ ଜଣେ ଦଳୀୟ ମନ୍ତ୍ରୀ ଏହି ଆସନରେ ରହି କାର୍ଯ୍ୟଭାର ସମ୍ଭାଳିବେ । ଯେ ପର୍ଯ୍ୟନ୍ତ ଦିଲ୍ଲୀର ଜନତା ଏହା ନିଷ୍ପତ୍ତି ନକରିଛନ୍ତି ଯେ, ମୁଁ କାର୍ଯ୍ୟରେ ନିଷ୍ଠାପର ଓ ବିଶ୍ୱସ୍ତ ବୋଲି ସେପର୍ଯ୍ୟନ୍ତ ମୁଁ ପଦ ଆସନରେ ବସିବି ନାହିଁ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/6Hqf8bMZzLMHAGfFkGg4.jpg)