କନକ ବ୍ୟୁରୋ :  ପଛୁଆ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା। ନବରଙ୍ଗପୁରରେ ଗର୍ଭବତୀଙ୍କୁ ଖଟିଆରେ ବୁହାହେବା ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି, ଏବେ ବି ରାଜ୍ୟରେ ନଗଡା ଭଳି ଅନେକ ଅଞ୍ଚଳ ଅଛି। ସେ ଅଞ୍ଚଳକୁ ଯାହା ସେବା ଆବଶ୍ୟକ ରହିଛି, ତାକୁ ପହଞ୍ଚାଯିବ। ଏବେ ମଧ୍ୟ ଅନେକ ଅପହଞ୍ଚ ଅଞ୍ଚଳ ରହିଛି। ଆଉ ଦାନ ମାଝୀ ଭଳି ବ୍ୟକ୍ତି ବି ଅଛନ୍ତି । ତେଣୁ ଜିଲ୍ଲାପାଳମାନେ ସିଧାସଳଖ ଭାବେ ମୁଖ୍ୟ ସାଶନ ସଚିବଙ୍କୁ ଚିଠି ଲେଖି ଏହାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତେ ଆଗେଇ ଆସିଲେ ଆକାଂକ୍ଷା ଜିଲ୍ଲା ଓ ବ୍ଲକ ଗୁଡିକୁ ଆଗେଇ ନେଇ ପାରିବା। ନବରଙ୍ଗପୁରରେ ଜଣେ ଗର୍ଭବତୀଙ୍କୁ ଖଟରେ ବୁହାହେଉଥିବା ଖବର ଗଣମାଧ୍ୟମରେ ଦେଖିବା ପରେ ତୁରନ୍ତ ଏହାର ସମାଧାନ କରିବା ଉପରେ ପ୍ରାଥମିକତା ଦିଆଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisment

ସେପଟେ ଆଜି ବଣ୍ଡାଘାଟି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ।   ଚମ୍ପା ଧାଙ୍ଗଡା ମାଝିର ଅନୁରୋଧ ରକ୍ଷା କରି ଘାଟିକୁ ମୁଖ୍ୟମନ୍ତ୍ରୀ ଯିବେ। ଆକାଂକ୍ଷି ହାଟ କାର୍ଯ୍ୟକ୍ରମ  ଅଭିଯାନରେ ସେ ଝିଅ ଆସିଛନ୍ତି। ସେ ବଣ୍ଡା ଘାଟି ତଳର ଝିଅ। ତାଙ୍କୁ ଦେଖି ତାଙ୍କ ସହିତ ଫୋଟ ଉଠାଇଲି । ଚମ୍ପା ଧାଙ୍ଗଡା ମାଝି କୁ ମୁଁ କହିଛି ତମ ବଣ୍ଡା ଘାଟିକୁ ଯିବାପାଇଁ। ମାଲକାନଗିରି ର ତତକାଳିନ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପଚାରିଥିଲେ ସେ କେତେଥର ଯାଇଛନ୍ତି, ଏବଂ ରାସ୍ତା କେମିତି ଅଛି ପଚାରିଥିଲେ ।