କନକ ବ୍ୟୁରୋ : ଦୁର୍ନୀତି ନିର୍ବାରଣ ସଚେତନତା ସପ୍ତାହ କାର୍ୟ୍ୟକ୍ରମରୁ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱଚ୍ଛ ଶାସନକୁ ନେଇ ମୋହନଙ୍କ ପ୍ରଶ୍ନ । କହିଲେ, ଟ୍ରେଲର ଚାଲିଛି ଫିଲ୍ମ ବାକି ଅଛି । ଅବସର ଥିଲା ଦୁର୍ନୀତି ନିବାରଣ ସଚେତତନା ସପ୍ତାହ କାର୍ୟ୍ୟକ୍ରମ । ଆଗରେ ବସିଥିଲେ ଭିଜିଲାନ୍ସ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ । ଆଉ ଏହି ସଭା ମଞ୍ଚରୁ ପୂର୍ବ ବିଜେଡି ସରକାରର ସ୍ୱଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ନୀତିଖୋର ଅଧିକାରୀଙ୍କୁ ତାଗିଦ କରିବା ଆଳରେ ନବୀନ ସରକାର ଉପରେ ବର୍ଷିଛନ୍ତି ।

Advertisment

ଫାଇଭ-ଟିର ଉଦାହରଣ ଦେଇ କଟାକ୍ଷ କରି ମୋହନ କହିଛନ୍ତି, ପୂର୍ବରୁ ତଦନ୍ତକାରୀ ଅଧିକାରୀଙ୍କ ହାତ ବନ୍ଧା ଥିଲା । ଦୁର୍ନୀତି ମାମଲାର ତଦନ୍ତ ହେବାର ବାଧକ ହେଉଥିଲା । ଏବେ ହାତ ଖୋଲି ଦିଆଯାଇଛି । ଦୁର୍ନୀତି ଖୋରଙ୍କ ବିରୋଧରେ ତଦନ୍ତ ହେଉଛି ।

ବିଜେପି ସରକାର ଆସିବା ପରେ ରାଜ୍ୟରେ କେମିତି ଦୁର୍ନୀତିଖୋରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ଶକ୍ତ ହୋଇଛି, ତାର ହିସାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ୪ମାସରେ ୬ ଜଣ ଚିଫ୍ ଇଞ୍ଜିନିୟର ଜେଲରେ ଅଛନ୍ତି । ଅନେକ କ୍ଲାସ ୧ ଅଫିସର ଜେଲରେ ଅଛନ୍ତି । ୬ କେଜି ସୁନା ଗହଣା ଜବତ ହୋଇଛି । ଏହା ଫିଲ୍ମର ଟ୍ରେଲର ଚାଲିଛି, ଫିଲ୍ମ ବାକି ଅଛି । ମୋହନଙ୍କୁ ଟାର୍ଗେଟ ପରେ ଜବାବ ରଖିଛି ବିଜେଡି । ଏହି ଅବସରରେ ଅଧିକାରୀମାନଙ୍କୁ ଦୁର୍ନୀତି ନକରିବାକୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।