କନକ ବ୍ୟୁରୋ: ୨ ଦିନିଆ କେନ୍ଦୁଝର ଗସ୍ତରେ ଯାଇ ନିଜ ଗାଁ ରାଇକଳାରେ ଦୀପାବଳି ପାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘରେ ଦୀପ ଲଗାଇ ସପରିବାର ସହ ଦୀପାବଳି ଉତ୍ସବ ପାଳିଛନ୍ତି ମୁଖ୍ୟମନ୍ତ୍ରୀ। ପରେ ଗ୍ରାମବାସୀଙ୍କ ସହ ମିଶି ପାରମ୍ପରିକ ଗୀତ ଗାଇବା ସହ ମାଦଳ ବାଜା ବଜାଇଥିଲେ। ପୂର୍ବ ପରମ୍ପରା ଓ ସଂସ୍କୃତିକୁ ଭୁଲିପାରିନାହାନ୍ତି ମୁଖ୍ୟମନ୍ତ୍ରୀ। ଗାଁର ବନ୍ଦନା ପର୍ବରେ ଯୋଗ ଦେଇଛନ୍ତି ମୋହନ ମାଝୀ। ଏହାସହ ଓଡ଼ିଶାବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡା କେନ୍ଦୁଝର ମଣ୍ଡୁଆ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଓ ମତାମତ ଗ୍ରହଣ କରୁଛନ୍ତି।
କେନ୍ଦୁଝର ଯାଇ ପରିବାର ସହ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ; ଶୁଣିଲେ ସ୍ଥାନୀୟ ଲୋକଙ୍କ ସମସ୍ୟା
Advertisment
Follow Us