କନକ ବ୍ୟୁରୋ: ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ନଭେମ୍ବର ୨ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଦେଲେ ନିର୍ଦ୍ଦେଶ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ସନ୍ଧ୍ୟାରେ ଏସଆରସି କାର୍ଯ୍ୟାଳୟରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ସମସ୍ତ ଜିଲ୍ଲାପାଳଙ୍କୁ ନଭେମ୍ବର ୨ତାରିଖ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ମିଳିବା ପରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି , ସମୁଦାୟ ୬ହଜାର ୨୧୦ଟି ଆଶ୍ରୟସ୍ଥଳୀରେ ୮ଲକ୍ଷରୁ ଅଧିକ ଲୋକ ରହିଥିଲେ, କିନ୍ତୁ ଏବେ ପ୍ରାୟ ସମସ୍ତେ ନିଜ ନିଜ ଘରକୁ ଫେରିଲେଣି । ଯେଉଁ କେତୋଟି ପଞ୍ଚାୟତରେ ପାଣି ଜମିରହିଛି, ସେଠାକାର ଲୋକମାନେ ଆଶ୍ରୟସ୍ଥଳୀରେ ରହିଛନ୍ତି। ୪୭୦ଟି ଆଶ୍ରୟସ୍ଥଳୀରେ ୩୦ହଜାର ଲୋକ ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।  

Advertisment

ସେହିପରି ବାତ୍ୟାରେ ପ୍ରଭାବିତ ହୋଇଥିବା ୯୮ ପ୍ରତିଶତ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଛି । ସମୁଦାୟ ୨୨ଲକ୍ଷ ୮୪ ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨ଲକ୍ଷ ୩୨ ହଜାର ଉପଭୋକ୍ତାଙ୍କ ସଂଯୋଗ ସ୍ୱାଭାବିକ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି କ୍ଷେତ୍ରରେ  ଯେଉଁମାନଙର ନଷ୍ଟ ହୋଇଛି ସେଥିପାଇଁ ଖୁବଶୀଘ୍ର ସହାୟତା ରାଶି ଯୋଗାଇ ଦିଆଯିବ । ବାତ୍ୟା ସମୟରେ ୨ହଜାର ୫୨୯ ଶିଶୁ ଜନ୍ମ ନେଇଛନ୍ତି । ବନ୍ୟା ସ୍ଥିତି ଏବେ ଆଉ ନାହିଁ ବୋଲି କହିଛନ୍ତି ମୋହନ ମାଝି ।