କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ଟି ନୂଆ ମ୍ୟୁନିସିପାଲଟି ଏବଂ ୧୬ଟି ନୂଆ ଏନଏସି ଘୋଷଣା କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ସହିତ ବରଗଡ଼ ଜିଲ୍ଲାର ସହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁରକୁ ଏନଏସି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଏବଂ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାରୁ ଟାଙ୍ଗୀ, କୋରାପଟୁ ଜିଲ୍ଲାର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁରକୁ ନୂଆ ଏନଏସି ଭାବେ ଘୋଷଣା କରାଯାଇଛି । ସେହିପରି ବର୍ତ୍ତମାନ ଏନଏସି ଥିବା ମୟୂରଭଞ୍ଜର କରଞ୍ଜିଆକୁ ନୂଆ ମ୍ୟୁନିସିପାଲଟି ଭାବେ ଘୋଷଣା କରାଯାଇଛି । ଏହାସହ ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ସର୍ବାଧିକ ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ନୂଆ ମ୍ୟୁନିସିପାଲଟି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
/filters:format(webp)/kanak/media/media_files/2025/08/31/new-nac-2025-08-31-14-39-38.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/31/nac-2025-08-31-15-07-51.jpg)