ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି, ୨୩ ଦିନ ବ୍ୟବଧାନରେ ପୁଣି ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

ଏହି ପ୍ରସଙ୍ଗରେ ଦିଲ୍ଲୀ ନେତୃତ୍ବଙ୍କ ସହ ଚର୍ଚ୍ଚା ଓ ଆଲୋଚନା ହୋଇପାରେ। ଏହାବାଦ୍ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଓ ଶୀର୍ଷ ନେତୃତ୍ବଙ୍କୁ ଭେଟିବେ ଉଭୟ ମୋହନ ଓ ମନମୋହନ ।

52

କନକ ବ୍ୟୁରୋ : ୨୩ ଦିନ ଅନ୍ତରାଳରେ ପୁଣି ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଏହି ୨ ଦିନିଆ ଗସ୍ତକୁ ନେଇ ବିଜେପି ଶିବିରରେ ଯେତିକି ଉତ୍ସାହ, ସେତିକି ଆଶଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଜନ୍ମଦିନରେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେବେ ମୋହନ। ଏହାବାଦ୍ ଅନ୍ୟ କେଉଁ ଏଜେଣ୍ଡା ଧରି ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସେନେଇ ଦଳୀୟ ନେତାଙ୍କ ପାଖରେ ସାମାନ୍ୟତମ ସୁରାଗ୍ ନାହିଁ । ଯାହାକୁ ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ମଙ୍ଗୁଆଳ ମଧ୍ୟ ଦିଲ୍ଲୀ ଫ୍ଲାଇଟ୍ ଚଢିଛନ୍ତି। ତେଣୁ ସରକାର ଠାରୁ ସଙ୍ଗଠନ ଭିତରେ ୩ଟି ବିନ୍ଦୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 
କାହାକୁ ମିଳିବ ନିଗମ ଲଡ଼ୁ?
ମନମୋହନଙ୍କ ଟିମରେ କିଏ ରହିବ?
ମୋହନ ନିଜ ଟିମରେ କାହାକୁ ନେବେ?
ଏହି ପ୍ରସଙ୍ଗରେ ଦିଲ୍ଲୀ ନେତୃତ୍ବଙ୍କ ସହ ଚର୍ଚ୍ଚା ଓ ଆଲୋଚନା ହୋଇପାରେ। ଏହାବାଦ୍ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଓ ଶୀର୍ଷ ନେତୃତ୍ବଙ୍କୁ ଭେଟିବେ ଉଭୟ ମୋହନ ଓ ମନମୋହନ।

ଏହାପୂର୍ବରୁ ମୋହନ ଓ ମନମୋହନଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟରେ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଥିଲା। ଏବେ ଉଭୟଙ୍କ ଗସ୍ତ କେବଳ ସଙ୍ଗଠନ କିମ୍ବା ସରକାରରେ ନୁହେଁ ପ୍ରଶାସନିକ ସ୍ତରରେ ମଧ୍ୟ ହଲଚଲ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe