କନକ ବ୍ୟୁରୋ : ଧୀରେ ଧୀରେ ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ଦାନା । ଗତ ୬ ଘଣ୍ଟା ଧରି ବାତ୍ୟା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଥିବାବେଳେ, ପାରାଦୀପଠାରୁ ବାତ୍ୟା ଦାନା ଏବେ ୧୦୦ କିଲୋମିଟର ଦୂରରେ ରହିଛି । ସେହିପରି ଧାମରାଠାରୁ ୧୩୦ କିଲୋମିଟର ଆଉ ସାଗର ଦ୍ୱୀପଠାରୁ ୨୧୦ କିଲୋମିଟର ଦୂରରେ ରହିଛି ବାତ୍ୟା ଦାନା । ପାଣିପାଗ ବିଭାଗର ସୂଚନା ମୁତାବକ, ଆଜି ମଧ୍ୟରାତିରେ ଭିତରକନିକା ଓ ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ଦାନା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ବେଗ ରହିବ । ସେହିପରି ପବନ ଝୁଙ୍କ ଘଣ୍ଟାପ୍ରତି ୧୨୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ଦାନା । ଏବେ ପାରାଦୀପଠୁ ମାତ୍ର ୧୦୦ କିମି ଦୂରରେ....
ଧୀରେ ଧୀରେ ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ଦାନା । ଗତ ୬ ଘଣ୍ଟା ଧରି ବାତ୍ୟା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଥିବାବେଳେ, ପାରାଦୀପଠାରୁ ବାତ୍ୟା ଦାନା ଏବେ ୧୦୦ କିଲୋମିଟର ଦୂରରେ ରହିଛି
/kanak/media/media_files/2024/10/24/1E9DO8XlwLezODyOy2OB.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)