ରାୟଗଡା ବିକାଶର ବାଧକ ସାଜିଛି ବନ୍ଦ କମ୍ପାନୀ । କାରଖାନାରୁ ତାଲା ଖୋଲୁନି କି ସରକାରଙ୍କୁ ଜମି ଫେରାଉନାହିଁ ଜେଏସକୋ

୧୯୩୬ରେ ରାୟଗଡାରେ ଜୟପୁର ସୁଗାର କମ୍ପାନି ଏକ ଚିନି କାରଖାନା ପ୍ରତିଷ୍ଠା କରିଥିଲା। ସମାନ୍ତରାଳ ଢଙ୍ଗରେ ଗଢ଼ି ଉଠିଥିଲା ଡିଷ୍ଟଲାରି ଏବଂ ଫେରୋ ମାଙ୍ଗାନିଜ କାରଖାନା। ସେତେବେଳେ ରାଜ୍ୟ ସରକାର ତାଙ୍କୁ ଆଖୁଚାଷ ଏବଂ ମାଙ୍ଗାନିଜ ପ୍ଲାଣ୍ଟ ଡମ୍ପିଂୟାର୍ଡ ପାଇଁ ପ୍ରାୟ ୮୭୯ ଏକର ଜମି ଯୋଗାଇ ଦେଇଥିଲେ। ୧୯୯୩ରେ ବ୍ୟବସାୟିକ କ୍ଷତି ଦର୍ଶାଇ ୩ଟି ଯାକ କାରଖାନା ବନ୍ଦ କରିଦିଆଯାଇଥିଲା।

òòþòKþqZòþZþ

କନକ ବ୍ୟୁରୋ : ୨୦୨୩ରେ ଜେଏସକୋ କମ୍ପାନୀର ୫୦୬.୬୯ ଏକର ଜମି ସରକାରୀ ଖାତାକୁ ଆସିଥିଲା। ଜିଲ୍ଲାର ବିକାଶ ନେଇ ବେଶ ଆଶାବାଦୀ ଥିଲେ ରାୟଗଡ଼ା ବାସିନ୍ଦା। ଭାବିଥିଲେ ସେହି ଜମିରେ ମେଡିକାଲ, କଲେଜ, ମିନି ଷ୍ଟାଡିୟମ କିମ୍ବା ଏୟାରପୋର୍ଟ କରାଯିବ। ହେଲେ ଲିଜ ପ୍ରିମିୟମ ବାବଦରେ ପଇସା ମାଗି ସର୍ବୋଚ୍ଚ ନ୍ୟାୟାଳୟରେ କେସ୍‌ କରିଛି ଜେଏସକୋ। ଆଜିର ବଜାର ମୂଲ୍ୟ ଅନୁଯାୟୀ ୧୦୦ କୋଟିରୁ ଅଧିକ ଟଙ୍କା ଦାବି କରିଛି କମ୍ପାନୀ। କୋର୍ଟରେ ପୁନର୍ବାର ମାମଲା ପରେ ପୁଣି ହାତବାନ୍ଧି ବସିଛି ପ୍ରଶାସନ। 

୧୯୩୬ରେ ରାୟଗଡାରେ ଜୟପୁର ସୁଗାର କମ୍ପାନି ଏକ ଚିନି କାରଖାନା ପ୍ରତିଷ୍ଠା କରିଥିଲା। ସମାନ୍ତରାଳ ଢଙ୍ଗରେ ଗଢ଼ି ଉଠିଥିଲା ଡିଷ୍ଟଲାରି ଏବଂ ଫେରୋ ମାଙ୍ଗାନିଜ କାରଖାନା। ସେତେବେଳେ ରାଜ୍ୟ ସରକାର ତାଙ୍କୁ ଆଖୁଚାଷ ଏବଂ ମାଙ୍ଗାନିଜ ପ୍ଲାଣ୍ଟ ଡମ୍ପିଂୟାର୍ଡ ପାଇଁ ପ୍ରାୟ ୮୭୯ ଏକର ଜମି ଯୋଗାଇ ଦେଇଥିଲେ। ୧୯୯୩ରେ ବ୍ୟବସାୟିକ କ୍ଷତି ଦର୍ଶାଇ ୩ଟି ଯାକ କାରଖାନା ବନ୍ଦ କରିଦିଆଯାଇଥିଲା। ସରକାରୀ ନିୟମ ମୁତାବକ ଯଦି କୌଣସି କାରଖାନ ବନ୍ଦ ହୋଇଯାଏ ତେବେ ଅବ୍ୟବହୃତ ଜମି ସରକାରୀ ଖାତାକୁ ଫେରାଇ ଦେବା କଥା। ଏଠି କିନ୍ତୁ କମ୍ପାନୀ ଜମି ଫେରାଇନାହିଁ। ରାୟଗଡ଼ା ସର୍କଲର ବାରିଝୋଲା, ସିରିଗୁଡ଼ା, ସିରିକଣା, ଚେକାଗୁଡ଼ା, ତୁମ୍ବିଗୁଡ଼ା, ଜୟରାମଗୁଡ଼ା, ରାଣୀଗୁଡ଼ା ଏବଂ ମାଲିଗାଁ ସର୍କଲର ଖଲିଗୁଡ଼ା, ପିତାମହଲ ଓ କୋମଟାଲପେଟା ଗାଁରେ ଏହି ସବୁ ଜମି ରହିଛି। 

କୋର୍ଟରେ ମାମଲା ବିଚାରଧିନ ଥିବାରୁ କୌଣସି ବିକାଶ ମୂଳକ କାର୍ଯ୍ୟ ଏଥିପାଇଁ ହୋଇପାରୁନାହିଁ ।  ଅଦରକାରୀ ଭାବେ ପଡ଼ିଥିବା ଜମି। ପ୍ରଶାସନିଜ ସ୍ତରରେ ଜମି ବିବାଦର ସମାଧାନ କରି ରାୟଗଡ଼ା ବିକାଶରେ ବ୍ୟବହାର କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe