କନକ ବ୍ୟୁରୋ:  ବାଲେଶ୍ବର ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆଜି ଓଡ଼ିଶା ବନ୍ଦ କରିଛି କଂଗ୍ରେସ । ଏହାର ପ୍ରଭାବ ଚାରିଆଡ଼େ ଦେଖିବାକୁ ମିଳିଛି । ରାସ୍ତା ଜାମ୍ , ଗାଡ଼ି ମଟର ବନ୍ଦ ଯୋଗୁଁ ନାହିଁନଥିବା ହଇରାଣ ହୋଇଛନ୍ତି ସାଧାରଣ ଜନତା । ବିଶେଷ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଦିନ ମଜୁରି କରି ପେଟ ପୋଷୁଥିବା ବ୍ୟକ୍ତି ଏବଂ କର୍ମଜୀବୀ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ , ଏମିତି ରାସ୍ତାଘାଟ ଜାମ୍ କରି ଟାୟର ଜାଳିଲେ କ’ଣ ବାଲେଶ୍ବର ପୀଡ଼ିତାଙ୍କୁ ନ୍ୟାୟ ମିଳିଯିବ ନା ଅଭିଯୁକ୍ତକୁ ଶାସ୍ତି ମିଳିଯିବ ?

Advertisment

ଗୋଟେ ପଟେ ରାସ୍ତା ଜାମ୍ କରି ଗାଡ଼ିମଟର ବନ୍ଦ କରୁଛନ୍ତି ଆଉ ଗୋଟେ ପଟେ ଗୋଲାପ ବାଣ୍ଟି ଲୋକଙ୍କୁ ଖୁସି କରୁଛନ୍ତି କଂଗ୍ରେସ କର୍ମୀ । ହେଲେ ଲୋକଙ୍କ ମନରେ ଏବେ ଅସନ୍ତୋଷର ନିଆଁ । କାହିଁକିନା କଂଗ୍ରେସର ଏଭଳି ପ୍ରତିବାଦ ସେମାନଙ୍କୁ ଅହେତୁକ ସମସ୍ୟା ଦେଉଛି । କାହାର ଅଫିସ୍ ଟାଇମ୍ ତ କାହା ପିଲାମାନେ ସ୍କୁଲ ଯାଉଛନ୍ତି ସେମାନଙ୍କୁ ଅରିବାକୁ ପଡ଼ିବ । ହେଲେ ରାସ୍ତାରେ ଘଣ୍ଟା ଘଣ୍ଟା ଜାମରେ ଫସିଛନ୍ତି ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି  ଲୋକେ…

କଂଗ୍ରେସର ଏଭଳି ବନ୍ଦ ଡାକରା ବେଶି କରି ଦିନ ମଜୁରି କରି ଚଳୁଥିବା ଲୋକ ଏବଂ ମେଡିକାଲ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ।  ଆଜି ଚାରିଆଡେ ଜାମ୍ ।  ତେଣୁ ଲୋକେ ଆସୁଥିଲେ ବି ସେମାନଙ୍କୁ ନେଇ ଠିକଣା ଜାଗାରେ ପହଞ୍ଚାଇବା ସମ୍ଭବ ନୁହେଁ । ତେଣୁ ହାତ ବାନ୍ଧି ବସିଛନ୍ତି ଅଟୋ ଓ ରିକ୍ସା ଚାଳକ ।  ଆଜି  ରୋଜଗାର ବୋଲି କିଛି ନାହିଁ। …

ଆଉ ମେଡିକାଲ ଆସୁଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ । ମାଲକାନଗିରିରୁ ଆସିଥିବା ଜଣେ ଯୁବକ ଗଣମାଧ୍ୟମ ପ୍ରତିନିଧିଙ୍କ ହାବୁଡ଼ରେ ପଡ଼ିଥିଲେ । ତାଙ୍କ ହାତ ଅପରେସନ୍ ପାଇଁ ଆଜି ଭୁବନେଶ୍ବର ଏମ୍ସରେ ଡାକ୍ତର ତାରିଖ ଦେଇଥିଲେ । କିନ୍ତୁ ପହଞ୍ଚିପାରୁନାହାନ୍ତି , ଅଧାରେ ଅଟକିଛନ୍ତି । ହାତରେ ତାଙ୍କର ଖୁବ୍ ଯନ୍ତ୍ରଣା । ପାଖରେ ବି ଏତେ ପଇସା ବି ନାହିଁ ଯେ, କେଉଁଠି ଲଜ୍ ବୁକ୍ କରି ରହିପାରିବେ । ଜଣେ ବୟସ୍କା ମହିଳା ବି ଯିଏ କ୍ୟାନ୍ସରରେ ପୀଡ଼ିତ ଏମ୍ସ ଆସୁଥିଲେ ଚିକିତ୍ସା ପାଇଁ କିନ୍ତୁ ସେ ବି ବାଟରେ ଅଟକିଛନ୍ତି। କଂଗ୍ରେସର ଏଭଳି ଡାକରାକୁ ନିନ୍ଦା କରିଛନ୍ତି …

ବାଲେଶ୍ବର ଝିଅକୁ ନ୍ୟାୟ ଦେବାକୁ କଂଗ୍ରେସର ଏଭଳି ବନ୍ଦ ଡାକରା କାହା ପାଇଁ କ’ଣ ଏହା ଏ ସବୁ ଭିଡିଓ ଦେଖିଲେ ସ୍ପଷ୍ଟ ହେଉଛି । ବୁଝିବାକୁ ହେବ ଏ ବନ୍ଦ ଡାକରା କାହା ପାଇଁ ଜାମ୍ ତ କାହା ପାଇଁ ଯନ୍ତ୍ରଣା …