ଚିନ୍ତା ବଢ଼ାଇଲା ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା, ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ

ବଙ୍ଗୋପସାଗରରେ ପ୍ରବେଶ କରିବ ପ୍ରଶାନ୍ତ ମହାସାଗର ଓ ଚୀନ ସାଗର ଅଂଚଳରେ ସୃଷ୍ଟ ବାତ୍ୟାର ଅବଶିଷ୍ଟ ଅଂଶ ।

ଅକ୍ଟୋବରରେ ବାତ୍ୟା ଭୟ?

ଅକ୍ଟୋବରରେ ବାତ୍ୟା ଭୟ? Photograph: (KanakNews)

କନକ ବ୍ୟୁରୋ;  ଓଡିଶାକୁ ଅକ୍ଟୋବର ମାସ ପାଇଁ ଲା-ନିନା ବିପଦ । ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲାନିନାର ସକ୍ରିୟତା ଚିନ୍ତା ବଢାଇଛି । ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜିର ରହିଛି । ଚଳିତବର୍ଷ ମଧ୍ୟ ଲା-ନିନା ପ୍ରଭାବ ରହିପାରେ। ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ସଂଗଠିତ ହେଲେ ତାହା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ତୀବ୍ରତାକୁ ବୃଦ୍ଧି କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ତେବେ ଅକ୍ଟୋବର ମାସରେ ଓଡ଼ିଶାକୁ ରହିଥାଏ ବାତ୍ୟା ଭୟ। ଅକ୍ଟୋବରରେ ମହାବାତ୍ୟା ବ୍ୟତତି ଅନେକ ବାତ୍ୟାକୁ ସାମ୍ନା କରିଛନ୍ତି ଓଡ଼ିଶାବାସୀ। 

ଅକ୍ଟୋବରରେ ବାତ୍ୟା ଭୟ? 
ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ!
୧୯୯୯ ଅକ୍ଟୋବର ୨୯ରେ ଆସିଥିଲା ମହାବାତ୍ୟା
ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା
ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ
୨୦୧୩, ଅକ୍ଟୋବର ୧୨ରେ ଓଡ଼ିଶା ଛୁଇଁଥିଲା ବାତ୍ୟା ଫାଇଲିନ୍
ଦକ୍ଷିଣ ଓଡ଼ିଶାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି 
୨୦୧୪, ଅକ୍ଟୋବର ୧୨ରେ ଆସିଥିଲା ବାତ୍ୟା ହୁଡୁହୁଡ୍
ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା
୨୦୧୮, ଅକ୍ଟୋବର ୧୦ରେ ଆସିଥିଲା ବାତ୍ୟା ତିତ୍‌ଲି
ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ
୨୦୨୪, ଅକ୍ଟୋବର ୨୩ରେ ଆସିଥିଲା ବାତ୍ୟା ଦାନା
ଭଦ୍ରକ ଓ କେନ୍ଦ୍ରାପଡ଼ା ମଝିରେ ଛୁଇଁଥିଲା ସ୍ଥଳଭାଗ
ତଳିଆ ଅଞ୍ଚଳ ଲୋକ ହୋଇଥିଲେ ପ୍ରଭାବିତ

କାହିଁକି ଆସେ ଅକ୍ଟୋବରରେ ବାତ୍ୟା? 
ଅକ୍ଟୋବର ଆସିଲେ ବଙ୍ଗୋପସାଗରରେ ସୃଷ୍ଟିହୁଏ ଘୂର୍ଣ୍ଣିଝଡ଼
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ସମୟ ଅକ୍ଟୋବର
ସେତେବେଳେ ସମୁଦ୍ରର ଉପର ଭାଗରେ ତାପମାତ୍ରା ଅଧିକ ଥାଏ
ସମୁଦ୍ର ଭିତରେ ପବନର ବେଗ କମ୍‌ ବେଶି ହୋଇଥାଏ
ଯାହା ସମୁଦ୍ରରେ ଝଡ଼ ସୃଷ୍ଟି କରି ସମୁଦ୍ରକୁ ଅଶାନ୍ତ କରେ
ପ୍ରଶାନ୍ତ ମହାସାଗରରେ ଲା-ନିନା ସଙ୍ଗଠିତ ହେଲେ ବଢ଼େ ବାତ୍ୟା ଆଶଙ୍କା
ପ୍ରଶାନ୍ତ ମହାସାଗର ଓ ଚୀନ ସାଗରରେ ସୃଷ୍ଟ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରେ
ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ସାହାଯ୍ୟ କରିଥାଏ ମୌସୁମୀ 
ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଶକ୍ତିଶାଳୀ ହୋଇଥାଏ ବାତ୍ୟା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe