କନକ ବ୍ୟୁରୋ: ସୋମବାରଠାରୁ ଆରମ୍ଭ ହୋଇଛି ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ । ମଙ୍ଗଳବାର ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ‘ଜଳବାୟୁ ପ୍ରବାସ - ଏକ ଜଳବାୟୁ ସ୍ଥିର ପ୍ରଶାସନ ଗଠନ’ଶୀର୍ଷକ ଆାଲୋଚନାରେ ଭାଗ ନେଇଥିଲେ ଆଇଆଇଏଚଏସ ପରିବେଶ ଏବଂ ସ୍ଥାୟୀତ୍ୱ ସ୍କୁଲର ଅଧ୍ୟାପକ ଶୀତଲ ପାଟିଲ । ଆାଲୋଚନା ଚକ୍ରରେ ସେ କହିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ସ୍ଥାନାନ୍ତର ବହୁଳ ଭାବେ ହେଉଛି । ଭାରତରେ ପ୍ରତି ୪ ଜଣରେ ଜଣେ ଲୋକ ସ୍ଥାନାନ୍ତର ହୋଇଥାଆନ୍ତି । ଏଭଳି ଘଟଣାରେ ତାଲିକାରେ ଓଡ଼ିଶା ୪ର୍ଥ ସ୍ଥାନରେ ରହିଛି ।
ଜଳାବାୟୁ ପରିବର୍ତ୍ତନ କ୍ଷେତ୍ରରେ ହେଉଥିବା ଲୋକଙ୍କ ସ୍ଥାନାନ୍ତର କ୍ଷେତ୍ରରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି । ସେହିପରି ଜଳବାୟୁ ପରିବର୍ତ୍ତନ ନେଇ ସଚେତନା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏନେଇ ପଞ୍ଚାୟତସ୍ତରରୁ କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ । ଏହା ସହାସହିତ ଲିଙ୍ଗଗତ ସୁରକ୍ଷା ଓ ସାମାଜିକ ସୁରକ୍ଷା ମଧ୍ୟ ଜରୁରୀ । ରାଜ୍ୟ ପ୍ରଶାସନ ସ୍ଥାନାନ୍ତର ଘଟଣାକୁ ଅଧ୍ୟୟନ କରି ଏନେଇ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/07/shital-2025-10-07-15-33-10.jpg)