କନକ ବ୍ୟୁରୋ : ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଭାଗୀରଥପୁରା ଅଞ୍ଚଳରେ ମ୍ୟୁନିସିପାଲ୍ ପାଣି ପାଇପରେ ଟଏଲେଟ୍ ଡ୍ରେନେଜ୍ ଲିକେଜ୍ ଯୋଗୁଁ ଦୂଷିତ ପାଣି ମିଶି ମାରାତ୍ମକ ଡାଇରିଆ ବ୍ୟାପିଯାଇଛି । ଏହା ଫଳରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏଥିରେ ଜଣେ ୬ ବର୍ଷର ଶିଶୁ ବି ଅଛି ।
ଇନ୍ଦୋରରେ ବଡ଼ ବିପଦ!
- ଇନ୍ଦୋରରେ ଦୂଷିତ ପାଣି ପିଇ ବଢ଼ୁଛି ମୃତ୍ୟୁ ସଂଖ୍ୟା
- ଭାଗୀରଥପୁରାରେ ଟଏଲେଟ୍ ଡ୍ରେନେଜ୍ ପାଇପ୍ ଲିକେଜରୁ ଜଳ ପ୍ରଦୂଷଣ
- ଡାଇରିଆ ବ୍ୟାପୀ ୬ ମାସର ଶିଶୁ ସମେତ ୧୦ରୁ ଅଧିକ ମୃତ ସୂଚନା
- ୨୦୦୦ରୁ ଅଧିକ ଅସୁସ୍ଥ, ୧୬୨ ହସ୍ପିଟାଲ୍ରେ ଏବଂ ୨୬ ଆଇସିୟୁରେ ଭର୍ତ୍ତି
- ଡିସେମ୍ବର ୨୫ରୁ ଦୁର୍ଗନ୍ଧ ନେଇ ଅଭିଯୋଗ ହୋଇଥିଲା
- କିନ୍ତୁ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ
ଅଧିକ ପଢ଼ନ୍ତୁ : ମଧ୍ୟପ୍ରଦେଶର ଇନ୍ଦୋରରେ ବଡ଼ ଦୁର୍ଘଟଣା : ଅନେକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା
ଘଟଣାକୁ ନେଇ ବିରୋଧୀଙ୍କ ଅଭିଯୋଗ ଓ ଅଞ୍ଚଳବାସୀଙ୍କ ଅସନ୍ତୋଷ ପରେ ମୁଖ୍ୟମନ୍ତ୍ରୀ ଅନେକ ଅଧିକାରୀଙ୍କୁ ବରଖାସ୍ତ ଓ ନିଲମ୍ବିତ କରିଛନ୍ତି । ଘଟଣାରେ ଇନ୍ଦୋରର ଡେପୁଟି ଇଞ୍ଜିନିୟର ଶୁଭମ୍ ଶ୍ରୀବାସ୍ତବ ବରଖାସ୍ତ ହୋଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ହସ୍ପିଟାଲ ଯାଇ ଅସୁସ୍ଥ ଲୋକମାନଙ୍କୁ ଭେଟି ୨ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି । ସେପଟେ ଏତେବଡ଼ ଅବହେଳା ପାଇଁ ହାଇକୋର୍ଟ ଆସନ୍ତାକାଲି ସୁଧା ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ସ୍ୱଚ୍ଛତମ ସହର ଇନ୍ଦୋରର କଳଙ୍କ! ଦେଶର ସ୍ୱଚ୍ଛ ସୁର୍ବେକ୍ଷଣରେ ୨୦୧୭ରୁ ୨୦୨୫ ପର୍ଯ୍ୟନ୍ତ ଲଗାତାର ୮ ଥର ପ୍ରଥମ ସ୍ଥାନ ପାଇଥିବା ଇନ୍ଦୋରରେ ଏହି ଘଟଣା ସ୍ୱଚ୍ଛତା ଦାବିର ବାସ୍ତବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/01/indoor-2026-01-01-21-23-40.jpg)