କନକ ବ୍ୟୁରୋ : ଜଳକଷ୍ଟ କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ରାଜଧାନୀ ଠାରୁ ୫୦ କି.ମି ଦୂରରେ । ଚୁଆ ଓ ପୋଖରୀ ପାଣି ଲୋକଙ୍କ ଭରସା । କିଡନୀ ରୋଗ ଅନେକଙ୍କ ଜୀବନ ନେଲାଣି କିନ୍ତୁ ଏହାର ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । କିଡନୀ ରୋଗ ଆଉ କେତେ ମୁଣ୍ଡ ନେଲା ପରେ ପ୍ରଶାସନ ନିଦରୁ ଉଠିବ ବୋଲି ପ୍ରଶ୍ନ କରାଯାଇଛି ।
ଖୋର୍ଦ୍ଧା ବୋଲଗଡ଼ ବ୍ଳକ କଡ଼ବ ପଞ୍ଚାୟତର ସାନ କଡ଼ବ ଗାଁ । ୧ କିଲୋମିଟର ଦୂରରେ ଥିବା ଚୁଆ ଓ ପୋଖରୀର ଜଳରେ ବଞ୍ଚୁଛି ପୁରା ଗାଁ । ଦୂଷିତ ଜଳ ଯୋଗୁଁ ଗ୍ରାମବାସୀ କିଡନୀ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି । ଏମିତିକି ୬ଜଣଙ୍କ କିଡନୀ ରୋଗରେ ପ୍ରାଣ ଗଲାଣି । ତଥାପି ପ୍ରଶାସନ ଚେତୁ ନଥିବା ଅଭିଯୋଗ ହୋଇଛି ।
ସାନକଡ଼ବ ଗାଁର ଶୋଷ ମେଣ୍ଟାଇବା ପାଇଁ ଗୋଟିଏ ନଳକୂପ ଥିଲା। ସେଥିରୁ ଦୂଷିତ ଜଳ ବାହାରିବାରୁ ନାଲି ଛକି ପକାଇ ତାକୁ ଅଚଳ କରି ଦେଇଛି ପ୍ରଶାସନ। କିନ୍ତୁ ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ତେଣୁ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ୫ଶହରୁ ଅଧିକ ଲୋକ।ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଅବସ୍ଥିତ ଗାଁର ଏପରି ଅବସ୍ଥା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/08/WB669j9cBGdcJvw1hVsJ.jpg)