ମହାରାଷ୍ଟ୍ରର ସମବାୟ ବ୍ୟାଙ୍କରୁ ୨୫ ହଜାର କୋଟି ଟଙ୍କା ମହାଦୁର୍ନୀତି ମାମଲାର ଶୁଣାଣି କରି ସ୍ଵତନ୍ତ୍ର କୋର୍ଟ ଶୁକ୍ରବାର ଦିବଙ୍ଗତ ଅଜିତ ପାୱାର, ତାଙ୍କ ଧର୍ମ ପତ୍ନୀ ସୁନେତ୍ର ପାୱାର ଓ ତାଙ୍କ ଭଣଜା ରୋହିତ ପାୱାରଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି । କୋର୍ଟ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ଦ୍ଵାରା ଦାଖଲ କରାଯାଇଥିବା ଦୁଇଟି ବନ୍ଦ ରିପୋର୍ଟ(କ୍ଲୋଜର ରିପୋର୍ଟ) ଆଧାରରେ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ବିଚାରପତି ମହେଶ କେ. ଜାଦବ କ୍ଲୋଜର ରିପୋର୍ଟକୁ ଚ୍ୟାଲେଞ୍ଜ କରିବା ଏବଂ ମାମଲାରେ ହସ୍ତକ୍ଷେପ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଆବେଦନକୁ ଖାରଜ କରିଦେଇଛନ୍ତି। ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସମେତ ଅନ୍ୟ ୫୦ଜଣଙ୍କ ଦ୍ବାରା ଦାଖଲ କରାଯାଇଥିବା ପ୍ରତିବାଦ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି।

Advertisment