କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆଶ୍ବସ୍ତି । ମୁଦା ମାମଲାରେ ସିଦ୍ଦରମୈୟାଙ୍କୁ ମିଳିଲା କ୍ଲିନଚିଟ୍ । ମାମଲାର ତଦନ୍ତ କରୁଥିବା ଲୋକାୟୁକ୍ତ ସିଦ୍ଦରମୈୟା ଓ ତାଙ୍କ ପତ୍ନୀ ଏବଂ ସର୍ମ୍ପକୀୟଙ୍କୁ କ୍ଲିନଚିଟ ଦେଇଛନ୍ତି । ମହୀଶୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି ଅଧୀନସ୍ଥ କୋଟି କୋଟି ଟଙ୍କାର ଜମି ସିଦ୍ଦରମୈୟାଙ୍କ ପତ୍ନୀଙ୍କ ନାଁରେ ହେବା ନେଇ ଅଭିଯୋଗ ରହିଛି । ଗତବର୍ଷ ସେପ୍ଟେମ୍ବର ୨୫ରେ କର୍ଣ୍ଣାଟକ ସ୍ବତନ୍ତ୍ର ଅଦାଲତ ଲୋକୟାକ୍ତଙ୍କୁ ତଦନ୍ତ କରିବାକୁ ଅନୁମତି ଦେଇଥିଲେ । ୨୭ରେ ସିଦ୍ଦରମୈୟା ଓ ପତ୍ନୀଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା ଲୋକୟୁକ୍ତ । ତେବେ ମାମଲାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ନାଁରେ ଯଥେଷ୍ଟ ପ୍ରମାଣ ନଥିବା କହିଛି ଲୋକାୟୁକ୍ତ । ଦୁନୀତି ନିବାରଣ କର୍ମ ସ୍ନେହମୟୀ କ୍ରିଷ୍ଣା ଦୁର୍ନୀତି ଅଭିଯୋଗ ଆଣିଥିଲେ ।ତେବେ ସ୍ନେହମୟୀଙ୍କୁ ଜବାବ ରଖିବାକୁ କହିଛନ୍ତି ଲୋକାୟୁକ୍ତ ।ଏହା ପରେ ଲୋକାୟୁକ୍ତ ଚୂଡାନ୍ତି ରିପୋର୍ଟ ଦାଖଲ କରିବେ । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପାର୍ବତୀଙ୍କ ନାଁରେ ମହିଶୁରରେ ଥିବା ଜମିକୁ ମୁଦା ଅଧିଗ୍ରହଣ କରିବ କରି ଏହାଠାରୁ ଅଧିକ ଦାମର ଜମି ଆବଣ୍ଟନ କରିବା ଯୋଗୁଁ ୪୫ କୋଟି କ୍ଷତି ହୋଇଥିଲା ବୋଲି ଅଭିଯୋଗ ପତ୍ର ଦାଖଲ କରିଥିଲା ।ଏଥିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଜମିଥିଊା ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଥିଲା
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନଚିଟ୍ । ମୁଦ୍ଦା ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ନଥିବା କହିଲେ ଲୋକାୟୁକ୍ତ
ଗତବର୍ଷ ସେପ୍ଟେମ୍ବର ୨୫ରେ କର୍ଣ୍ଣାଟକ ସ୍ବତନ୍ତ୍ର ଅଦାଲତ ଲୋକୟାକ୍ତଙ୍କୁ ତଦନ୍ତ କରିବାକୁ ଅନୁମତି ଦେଇଥିଲେ । ୨୭ରେ ସିଦ୍ଦରମୈୟା ଓ ପତ୍ନୀଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା ଲୋକୟୁକ୍ତ । ତେବେ ମାମଲାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ନାଁରେ ଯଥେଷ୍ଟ ପ୍ରମାଣ ନଥିବା କହିଛି ଲୋକାୟୁକ୍ତ ।
/kanak/media/media_files/2025/02/19/rY20OKWAnfjn1VAKih9x.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)