କନକବ୍ୟୁରୋ: ଭବାନୀପାଟଣାରୁ ଆସିଛି ରାଗିଂ ନେଇ ସାଂଘାତିକ ଅଭିଯୋଗ । ହଷ୍ଟେଲ ଛାତରୁ ଖସି ଜଣେ ଯୁକ୍ତ ଦୁଇ ଛାତ୍ର ଗୁରୁତର ହୋଇଛି । ଅଭିଯୋଗ ଅନୁସାରେ ଏକ ଘରୋଇ କଲେଜରେ ପାଠ ପଢୁଥିବା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ରାଗିଂର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଘରୋଇ କଲେଜ ହଷ୍ଟେଲରେ ଦୁଇ ମହଲା ଛାତରୁ ପଡି ଛାତ୍ର ଜଣଙ୍କ ଗୁରୁତର ହୋଇପଡିଛନ୍ତି ।

Advertisment

ତାଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କୁ ରାଗିଂ କରି ଛାତ ଉପରୁ ଠେଲି ଦିଆଯାଇଥିବା, ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ଆହତ ଛାତ୍ରଙ୍କ ପରିବାର ଲୋକ ।

ସରକାର ରାଗିଂକୁ ରୋକିବା ପାଇଁ କଠୋରରୁ କଠୋର ନିୟମ ଆଣୁଥିବାବେଳେ ଏଭଳି ଅଘଟଣ କିପରି ଘଟୁଛି, ତାହା ଚିନ୍ତାର ବିଷୟ ପାଲଟିଛି । କଲେଜ କର୍ତ୍ତୃପକ୍ଷଙ୍କ କାର୍ୟ୍ୟକଳାପ ନେଇ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।