କନକ ବ୍ୟୁରୋ : ବିନା ବ୍ଲାକ୍ ବୋର୍ଡରେ ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା । ସ୍ମାର୍ଟ କ୍ଲାସର ନାଁ ତ ରଖାଯାଇଛି, ହେଲେ ଅବ୍ୟବସ୍ଥା ଘେରରେ ଛନ୍ଦିପଡ଼ିଛି ସ୍କୁଲ । ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ।  କଦମଡିହ ଏବଂ ମାଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି । ଆଉ ଏ ଅବସ୍ଥା ପାଇଁ ଦାୟୀ ଆଉ କେହି ନୁହେଁ ବରଂ ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍ଏଫ୍  । ଚାଲୁ ରହିଥିବା ବିଦ୍ୟାଳୟକୁ ଗତ ତିନି ବର୍ଷ ପୂର୍ବେ ରୁପାନ୍ତରିକରଣ କରାଗଲା, ହେଲେ କିଛି କାମ ହେଲାନି । ଫଳରେ କେଉଁଠି ଛାତ ଭାଙ୍ଗି ଶୋଚନୀୟ ଅବସ୍ଥା ତ କେଉଁଠି ବ୍ଲାକବୋର୍ଡ ନାହିଁ । ଏପରିକି ଗୋଟିଏ କକ୍ଷରେ ବସୁଛନ୍ତି ୪ଟି ଶ୍ରେଣୀର ପିଲା ।