ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା; ୨ଟି ଶ୍ରେଣୀ ଗୃହରେ ପଢୁଛନ୍ତି ୮ଟି କ୍ଲାସର ପିଲା

Advertisment

ଏମିତି ବି ହୁଏ ପାଠପଢ଼ା । ଶ୍ରେଣୀଗୃହ ଗୋଟିଏ । ଯେଉଁଠି ଦୁଇ ବିପରୀତ କାନ୍ଥରେ ହୋଇଛି କଳାପଟା । କିଛି ପିଲା ଆଗକୁ ମୁହଁ କରି ବସିଥିବା ବେଳେ କିଛି ପଛକୁ ମୁହଁ କରି ବସିଛନ୍ତି । ଗୋଟିଏ କକ୍ଷରେ ଚାଲିଛି ଦୁଇଟି ଭିନ୍ନ ଭିନ୍ନ ଶ୍ରେଣୀର ପାଠପଢ଼ା ।

ଏମିତି ବି ହୁଏ ପାଠପଢ଼ା । ଶ୍ରେଣୀଗୃହ ଗୋଟିଏ । ଯେଉଁଠି ଦୁଇ ବିପରୀତ କାନ୍ଥରେ ହୋଇଛି କଳାପଟା । କିଛି ପିଲା ଆଗକୁ ମୁହଁ କରି ବସିଥିବା ବେଳେ କିଛି ପଛକୁ ମୁହଁ କରି ବସିଛନ୍ତି । ଗୋଟିଏ କକ୍ଷରେ ଚାଲିଛି ଦୁଇଟି ଭିନ୍ନ ଭିନ୍ନ ଶ୍ରେଣୀର ପାଠପଢ଼ା ।

Classroom

କନକ ବ୍ୟୁରୋ : ଉଚ୍ଚ ପ୍ରାଥମିକ ସ୍କୁଲରେ ନାହିଁ ଶ୍ରେଣୀ ଗୃହ । ଗୋଟିଏ ଶ୍ରେଣୀ ଗୃହରେ ଦୁଇପଟେ ମୁହଁ କରି ବସୁଛନ୍ତି ପିଲା । କ୍ଲାସରୁମର ଦୁଇପଟେ ରହିଛି କଳା ପଟା । ଖାଲି ଶ୍ରେଣୀ ଗୃହ ନୁହଁ ପିଲାଙ୍କୁ ପଢ଼ାଇବାକୁ ମଧ୍ୟ ସ୍କୁଲରେ ନାହାନ୍ତି ଶିକ୍ଷକ । କେମିତି ଗଢ଼ିବେ ପିଲା ନିଜର ଭବିଷ୍ୟତ ।

ଏମିତି ବି ହୁଏ ପାଠପଢ଼ା । ଶ୍ରେଣୀଗୃହ ଗୋଟିଏ । ଯେଉଁଠି ଦୁଇ ବିପରୀତ କାନ୍ଥରେ ହୋଇଛି କଳାପଟା । କିଛି ପିଲା ଆଗକୁ ମୁହଁ କରି ବସିଥିବା ବେଳେ କିଛି ପଛକୁ ମୁହଁ କରି ବସିଛନ୍ତି । ଗୋଟିଏ କକ୍ଷରେ ଚାଲିଛି ଦୁଇଟି ଭିନ୍ନ ଭିନ୍ନ ଶ୍ରେଣୀର ପାଠପଢ଼ା । ଶିକ୍ଷାକ୍ଷେତ୍ରରେ ଏଭଳି ଅବ୍ୟବସ୍ଥାର ଚିତ୍ର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପିଟଣାପଲ୍ଲୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରୁ ଆସିଛି । ନା ଏଠି ଅଛି ଶ୍ରେଣୀ ଗୃହ ନା ଅଛନ୍ତି ଶିକ୍ଷକ  । ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପାଠପଢ଼ିବା ପାଇଁ ଦୁଇଟି ଶ୍ରେଣୀଗୃହ ରହିଛି । ୧୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଦୁଇଜଣ ଶିକ୍ଷକ ଅଛନ୍ତି । ସ୍କୁଲରେ କେବଳ ଯେ ଶ୍ରେଣୀ ଗୃହ ଓ ଶିକ୍ଷକ ସମସ୍ୟା ଅଛି ତା ନୁହେଁ ଶୌଚାଳୟ ଓ ପଇବା ପାଣିର ସମସ୍ୟା ମଧ୍ୟ ରହିଛି  । ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ବାରମ୍ବାର ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରସାଶନକୁ ଅଭିଯୋଗ କରିଆସୁଥିଲେ ମଧ୍ୟ ଫଳ ଶୂନ ।

ତେବେ ପୂର୍ବରୁ ଏହି ସ୍କୁଲରେ ଏକ ଦୁଇ ମହଲା ବିଶିଷ୍ଟ ଶ୍ରେଣୀ ଗୃହ ରହିଥିବା ବେଳେ ଏହି କୋଠାରେ ପିଲା ପାଠ ପଢୁଥିଲେ । କିନ୍ତୁ ଏହି ଦୁଇ ମହଲା ବିଶିଷ୍ଟ ଶ୍ରେଣୀ ଗୃହଟି ବହୁ ପୁରୁଣା କୋଠା ହୋଇଥିବାରୁ ଏହି କୋଠା ଭଗ୍ନ ଅବସ୍ଥାରେ ରହିଛି, ଯେଉଁଥି ପାଇଁ ଏହି ଦୁଇ ମହଲା ବିଶିଷ୍ଟ ଶ୍ରେଣୀ ଗୃହକୁ ଦୀର୍ଘ ବର୍ଷ ହେଲା ପ୍ରଶାସନ ନାଲି ରିବନ ବାନ୍ଧି ଅସୁରକ୍ଷିତ କୋଠା ଘୋଷଣା କରିଛନ୍ତି । ଯାହାଫଳରେ କେବଳ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢୁଛନ୍ତି ।

ପୂର୍ବ ସରକାର ଶିକ୍ଷାର ଉନ୍ନତି ଓ ଶିକ୍ଷାର ଫାଇଭ-ଟି ମାଧ୍ୟମରେ ରୂପାନ୍ତରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ଯାହାର ଉଦାହରଣ ହେଉଛି ଉନ୍ନିତ ଉଚ୍ଚ ବିଦ୍ୟାଳୟ ପିଟଣାପଲ୍ଲୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe