କନକ ବ୍ୟୁରୋ : ଫୁଟବଲ ଖେଳରୁ ଆକ୍ରମଣ । ଖେଳରେ କିକ୍ ମରାକୁ କେନ୍ଦ୍ର କରି ସାଙ୍ଗକୁ ସଂଘବଦ୍ଧ ଆକ୍ରମଣ କଲେ ସାଙ୍ଗ । ବାଲେଶ୍ବର ଔପଦା ବ୍ଲକ ସନ୍ତରାଗଡିଆ ହାଇସ୍କୁଲରେ ଏହି ଅଭାବନୀୟ ଘଟଣା ଘଟିଛି । ଏଥିରେ ନବମ ଶ୍ରେଣୀ ଛାତ୍ର ଅଭିରାମ ଦାସ ଗୁରୁତର ଆହତ ହୋଇଛି । ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ଗତକାଲି ମଧ୍ୟାହ୍ନ ସମୟରେ ସନ୍ତରାଗଡିଆ ହାଇସ୍କୁଲ ପରିସରରେ ନବମ ଶ୍ରେଣୀର ଛାତ୍ରମାନେ ୩ ଦିନ ତଳେ ଫୁଟବଲ ଖେଳରେ ହୋଇଥିବା ଫାଉଲ ପାଇଁ ଅଭିରାମଙ୍କୁ ୫ ଜଣ ଛାତ୍ର ମରଣାତ୍ମକ ଆକ୍ରମଣ କରିଥିଲେ ।

Advertisment

ଅଧିକ ପଢନ୍ତୁ : କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ : ଗଣ୍ଡଗୋଳ ପରେ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ

ସେହି ଛାତ୍ରମାନେ ଅଭିରାମଙ୍କୁ ଜୀବନରୁ ମାରିଦେବା ପାଇଁ ବ୍ୟାଗରେ ମାରଣାସ୍ତ୍ର ଆଣିଥିବା ମଧ୍ୟ ଅଭିଯୋଗ ହୋଇଛି । ସ୍କୁଲ ଆୱାରରେ ଏବଂ ସ୍କୁଲ କ୍ୟାମ୍ପସରେ ଜଣେ ଛାତ୍ରଙ୍କୁ ଅନ୍ୟ ସହପାଠୀ ମାନେ ଆକ୍ରମଣ କରୁଛନ୍ତି । ଏଭଳି ସ୍ଥିତିରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଉପରେ ପ୍ରଶ୍ନ ଉଠିଛି ।