କନକ ବ୍ୟୁରୋ : ଯୋଗ୍ୟତା ଅଷ୍ଟମ, ମିଳୁଛି ଡାକ୍ତରୀ ଡିଗ୍ରୀ। ପୁଲିସ ହାତରେ ଗୁଜରାଟରେ ଏକ ଫେକ ଡାକ୍ତର ଗ୍ୟାଙ୍ଗ୍।  ୧୪ ଜଣ ନକଲି ଡାକ୍ତରଙ୍କୁ ଗିରଫ କରି ପୁଲିସର ଛାନଭିନ । ୭୦ ହଜାର ଟଙ୍କା ଦେଇଥିଲେ ଡାକ୍ତରୀ ଡିଗ୍ରୀ । ୧୨୦୦ ନକଲି ଡିଗ୍ରୀ ସାର୍ଟିଫିକେଟ ଜବତ । ମୁଖ୍ୟ ଅଭିଯୁକ୍ତ ଡାକ୍ତର ରମେଶ ଗୁଜରାଟିଙ୍କ ସମେତ ୧୪ ଜଣଙ୍କୁ ପୁଲିସ ଗିରଫ କରି ଏହି ରାକେଟ ଉପରେ ଅଧିକ ପଚରାଉଚରା ଚଳାଇଛି । ବୋର୍ଡ ଅଫ ଇଲେକ୍ଟ୍ରୋ ହୋମିଓପାଥିକ ମେଡିସନ୍ ଗୁଜରାଟ ନାଁରେ ନକଲି ସାର୍ଟିଫିକେଟ ପ୍ରଦାନ କରାଯାଇଛି। ନକଲି ଡାକ୍ତରି ଡିଗ୍ରୀରେ କିଛି ଆଲୋପାଥି ପ୍ରାଟିସ୍ କରୁଥିବା ନେଇ ପୁଲିସ ସୂଚନା ପାଇବା ପରେ କ୍ଲିନିକରେ ଚଢାଉ କରିଥିଲା। ଯାଂଚରୁ ସେମାନଙ୍କର ସାର୍ଟିଫିକେଟ ଫେକ ବୋଲି ଜଣାପଡିଥିଲା। ଛାନଭିନ କରିବାରୁ ମୁଣ୍ଡ ପିଛା ୭୦ ହଜାର ଟଙ୍କା ନେଇ ଅଭିଯୁକ୍ତ ଡିଗ୍ରୀ ସାର୍ଟିଫିକେଟ ଦେଇଥିବା ଜଣାପଡିଛି। ଟଙ୍କା ଦେଲେ ୧୫ ଦିନରେ ସାର୍ଟିଫିକେଟ ମିଳୁଥିଲା । ଏପରିକି ସାର୍ଟିଫିକେଟ ରିନ୍ୟୁ ପାଇଁ ବର୍ଷକୁ ୫ ହଜାରରୁ ୧୦ ହଜାର ଟଙ୍କା ନେଉଥିଲେ ବୋଲି ପୁଲିସ ସୁଚନା ଦେଇଛି। ଯେଉଁମାନେ ବାର୍ଷିକ ରିନ୍ୟୁ ଫି ଦେଉନଥିଲେ ସେମାନଙ୍କୁ ଗ୍ୟାଙ୍ଗ ପକ୍ଷରୁ ଧମକ ଦିଆଯାଉଥିଲା । 

Advertisment

୭୦ ହଜାରରେ ଡାକ୍ତରୀ ଡିଗ୍ରୀ
ଯୋଗ୍ୟତା ଅଷ୍ଟମ, ମିଳୁଛି ଡାକ୍ତରୀ ଡିଗ୍ରୀ
ପୁଲିସ ହାତରେ ଗୁଜରାଟରେ ଏକ ଫେକ ଡାକ୍ତର ଗ୍ୟାଙ୍ଗ୍
୭୦ ହଜାର ଟଙ୍କାରେ ଦେଉଥିଲେ ଡାକ୍ତରୀ ସାଟିଫିକେଟ
୧୨୦୦ ନକଲି ଡିଗ୍ରୀ ସାର୍ଟିଫିକେଟ ଜବତ
ମୁଖ୍ୟ ଅଭିଯୁକ୍ତ ଡାକ୍ତର ରମେଶ ଗୁଜରାଟିଙ୍କ ସମେତ ୧୪ ଗିରଫ
ବୋର୍ଡ ଅଫ ଇଲେକ୍ଟ୍ରୋ ହୋମିଓପାଥିକ ମେଡିସନ୍ ଗୁଜରାଟ ନାଁରେ ମିଳୁଥିଲା ଡିଗ୍ରୀ
ନକଲି ଡାକ୍ତରି ଡିଗ୍ରୀରେ କିଛି ଆଲୋପାଥି ପ୍ରାଟିସ୍ କରୁଥିଲେ
ଏନେଇ ପୁଲିସ ସୂଚନା ପାଇବା ପରେ କ୍ଲିନିକରେ ଚଢାଉ କରିଥିଲା
ମୁଣ୍ଡ ପିଛା ୭୦ ହଜାର ଟଙ୍କା ନେଇ ଦେଉଥିଲେ ଡାକ୍ତରୀ ଡିଗ୍ରୀ ସାର୍ଟିଫିକେଟ 
ଟଙ୍କା ଦେଲେ ୧୫ ଦିନରେ ସାର୍ଟିଫିକେଟ ମିଳୁଥିଲା
ସାର୍ଟିଫିକେଟ ରିନ୍ୟୁ ପାଇଁ ବର୍ଷକୁ ୫ ହଜାରରୁ ୧୦ ହଜାର ଟଙ୍କା ନେଉଥିଲେ
 ବୋଲି ପୁଲିସ ସୁଚନା ଦେଇଛି। 
ଯେଉଁମାନେ ରିନ୍ୟୁ ଫି ଦେଉନଥିଲେ ସେମାନଙ୍କୁ ଗ୍ୟାଙ୍ଗ ପକ୍ଷରୁ ଧମକ ଦିଆଯାଉଥିଲା