କନକ ବ୍ୟୁରୋ :  ଯାଜପୁର ରୋଡ ଥାନା ଅଂଚଳରେ ସ୍କୁଲ ନିକଟରୁ ସ୍କୁଲ ବସରୁ ଛାତ୍ରୀ ଅପହରଣ ଘଟଣା । ଅଭିଯୁକ୍ତ ଦୀପକ ବିଶ୍ବାଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ରୋଡ ପୁଲିସ । ବ୍ୟାସନଗରସ୍ଥିତ ଏକ ଘରୋଇ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଘରୁ ସ୍କୁଲକୁ ଆସୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରିଥିଲେ ଅଭିଯୁକ୍ତ ଯୁବକ । ଏହାକୁ ଦେଖି ଅନ୍ୟ ଛାତ୍ରୀ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଘଟଣା ସଂପର୍କରେ ତତକ୍ଷଣାତ୍ ଯାଜପୁର ରୋଡ ଥାନାକୁ ଖବର ଦିଆଯାଇଥିଲା। ଯାଜପୁର ରୋଡ ପୁଲିସ ବ୍ୟାସନଗର ଅଞ୍ଚଳର ବିଭିନ୍ନ ଛକ ସିଲ୍‌ କରି ଅଭିଯୁକ୍ତକୁ ଖୋଜିଥିଲେ । ଅଳ୍ପ ସମୟ ମଧ୍ୟରେ ସ୍ଥାନୀୟ ସାପଗଡିଆ ଅଞ୍ଚଳରୁ ଏକ ଧଳା କାର ସହିତ ଅଭିଯୁକ୍ତ ଓ ଛାତ୍ରୀଙ୍କୁ ଠାବ କରିଥିଲା ପୁଲିସ  ।