କନକବ୍ୟୁରୋ : ସମିତିସଭ୍ୟଙ୍କ ସମେତ ଚାରିଜଣଙ୍କୁ ଘରେ ପସି ଆକ୍ରମଣ। ଗତକାଲି ରାତିରେ ବାଘାଳା ପଞ୍ଚାୟତ କୁଶପୁର ଗାଁର ଏକ ବାହାଘର ପ୍ରୋସେସନ ଚାଲିଥିବାବେଳେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଇଟା ପଥର ଫିଙ୍ଗିଥିଲେ । ଏହା ଦେଖିବା ପରେ ଏହି ଗାଁର ସମିତି ସଭ୍ୟ ପ୍ରକାଶ ନାହାକ ଉକ୍ତ ନିଶାସକ୍ତ ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯୁବକମାନେ ପ୍ରକାଶଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏତିକିବେଳେ ପ୍ରକାଶ ଜଣଙ୍କ ଘରେ ପଶିଯିବାରୁ ସେଠାରେ ତାଙ୍କୁ ଆକ୍ରମଣ କରିବା ସହ ପ୍ରକାଶଙ୍କ ୪ ସହଯୋଗୀଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଘାଳା ସମିତିସଭ୍ୟ ପ୍ରକାଶ ନାହାକଙ୍କ ସମେତ ପ୍ରମୋଦ ନାହାକ, କୃଷ୍ଣ ନାହାକ, ରୋହିତ ନାହାକ ଓ ଶେଷଦେବ ନାହାକଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରାଯାଇଛି l ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି |
ବାହାଘର ପ୍ରୋସେସନ ଚାଲିଥିବା ବେଳେ କିଛି ଯୁବକ ମାତାଲ ଅବସ୍ଥାରେ ଗ୍ରାମର କିଛି ଘରକୁ ଇଟାପଥର ଫୋପାଡ଼ିଥିଲେ | ଏହାକୁ ପ୍ରତିବାଦ କରିବାରୁ ଘରେ ପଶି ଖଣ୍ଡା ଏବଂ ଲୁହାଛଡ଼ରେ ଆକ୍ରମଣ କରିଥିବା ସୂଚନା ମିଳିଛି |
ଅଧିକ ପଢନ୍ତୁ... ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା : ନିଲମ୍ବିତ ହେଲେ ସହକାରୀ ପ୍ରଫେସର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/bmp-2026-02-07-11-33-34.jpg)