ବିଧାନସଭା ଗୃହରେ ଶାସକ ବିରୋଧୀ ହାତାହାତି : ଗୃହ ୧୨ ଟା ୧୦ ଯାଏଁ ମୁଲତବି

ବଜେଟ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ।

ଅଦ୍ୟତନ ହୋଇଛି
New Project (18)

Photograph: (KanakNews )

କନକବ୍ୟୁରୋ : ବଜେଟ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି । କଂଗ୍ରେସ ବିଧାୟତ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।

ଏହାପରେ ପୋଡିୟମ ଟେବୁଲ ଉପରକୁ ରୋମାଞ୍ଚ ବିଶ୍ଵାଳ,  ତାରାବାହିନିପତି,  ଯୋଗେଶ୍ ସିଂହ ଚଢିଯାଇ ବିରୋଧ ପ୍ରଦର୍ଶନ କରିଥିଲେ । ସାଗର ଦାସ, ଦେବୀ ତ୍ରିପାଠୀ,  ମାଧବ ଧଡା, ଅଭିମନ୍ୟୁ ସେଠି  ରିପୋର୍ଟର ଟେବୁଲ ଉପରେ ପ୍ରତିବାଦ କରିଛନ୍ତି । ଅନ୍ୟପଟେ ଜୟନାରାୟଣ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ କଳାପଟି ପିନ୍ଧି ଗୃହକୁ ଆସିଥିଲେ ।

ବାଚସ୍ପତି ଗୃହକୁ ପଶିବା ମାତ୍ରେ ବିଜେଡି ବିଧାୟକମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ଚାଲିଆସି  ହଙ୍ଗାମା କରିଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ପ୍ରଶ୍ନକାଳ ଚାଲିଛି । ହଟ୍ଟଗୋଳ ଭିତରେ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଦିନ ୧୨ଟା ୧୦ ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଗୃହରେ ପ୍ରବଳ ହଙ୍ଗାମା ଭିତରେ କଂଗ୍ରେସ ଓ ବିଜେଡି ଙ୍କ ମଧ୍ୟସ୍ଥତା କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବୁଝାଇଛନ୍ତି । ଏଥିସହ ବିଧାନସଭା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଆଗରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ ବିଜେଡି ବିଧାୟକ , ସବୁ ମନ୍ତ୍ରୀ ଚାମ୍ବର ସମ୍ମୁଖରେ ବିଜେଡି ବିଧାୟକଙ୍କ ପ୍ରତିବାଦ ଜାରି ରହିଛି ।


  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe