କନକବ୍ୟୁରୋ : ବିବାହ ଶୋଭାଯାତ୍ରାରେ ଭୁଜାଲି ମାଡ଼ । ବିବାହ ଶୋଭାଯାତ୍ରାରେ ବାଣ ଫୁଟାକୁ ନେଇ ତୁମୁଳ କାଣ୍ଡ । ଝାରସୁଗୁଡ଼ା ଲଇକେରା ଥାନା ଐତାପାଲିରେ ଅଭାବନୀୟ ଘଟଣା । ଐତାପାଲି ନାଗ୍ରୁପତ୍ରା ଠାରେ ଗତ ରାତିରେ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ଚାରି ଜଣ ଆହତ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଝାରସୁଗୁଡା ଲଇକେରା ଥାନା ଐତାପାଲିରେ ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ : ୪ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
ବିବାହ ଶୋଭାଯାତ୍ରାରେ ଭୁଜାଲି ମାଡ଼ । ବିବାହ ଶୋଭାଯାତ୍ରାରେ ବାଣ ଫୁଟାକୁ ନେଇ ତୁମୁଳ କାଣ୍ଡ । ଝାରସୁଗୁଡ଼ା ଲଇକେରା ଥାନା ଐତାପାଲିରେ ଅଭାବନୀୟ ଘଟଣା ।
/kanak/media/media_files/2025/05/19/S9kX7jWYmXdf3Tnl3DbH.jpeg)