ମହାରା‌ଷ୍ଟ୍ରରେ ନିର୍ବନ୍ଧ କାର୍ଯ୍ୟକ୍ରମରେ ଦୁଇପକ୍ଷ ମଧ୍ୟରେ ଗଣ୍ଡଗୋଳ; ୩ ମୃତ

Advertisment

ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ନିର୍ବନ୍ଧ ପରି ମାଙ୍ଗଳିକ କାର୍ଯ୍ୟକ୍ରମ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ନିମନ୍ତ୍ରଣ କାର୍ଡ଼ରେ ନାମଲେଖାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି।

ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ନିର୍ବନ୍ଧ ପରି ମାଙ୍ଗଳିକ କାର୍ଯ୍ୟକ୍ରମ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ନିମନ୍ତ୍ରଣ କାର୍ଡ଼ରେ ନାମଲେଖାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି।

FIGHT

Photograph: (KANAKNEWS)

କନକବ୍ୟୁରୋ : ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ନିର୍ବନ୍ଧ ପରି ମାଙ୍ଗଳିକ କାର୍ଯ୍ୟକ୍ରମ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ନିମନ୍ତ୍ରଣ କାର୍ଡ଼ରେ ନାମଲେଖାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣା ଧୁଲେ ଜିଲ୍ଲାର ପିମ୍ପଲନର୍ ତାଲୁକାର ନୀଳକଣ୍ଠ ନଗରରେ ଘଟିଛି । ପ୍ରାଥମିକ ତଦନ୍ତରୁ ଗଣ୍ଡ‌ଗୋଳ ନିମନ୍ତ୍ରଣ କାର୍ଡ଼ରେ ନାମଲେଖାକୁ ହୋଇଥିବା ଜଣାପଡ଼ିଛି ।  

ନିର୍ବନ୍ଧ ଓ ହଳଦୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଦୁଇ ପକ୍ଷ ମଧ୍ୟରେ କାର୍ଡ଼ରେ ନାମଲେଖାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଆହତ ତିନିଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ମୃତକ ଦେବେନ୍ଦ୍ର ଧ୍ୟାନେଶ୍ବର ପାୱାର, ସୁରେଶ ମୋଜଗିର୍‌ ଗୋସାଭି ଓ ସାହିଲ ସୁରେଶ ଗୋସାଭି ବୋଲି ଜଣାପଡ଼ିଛି । ସେମାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।  ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣ ପାଇଁ ପୂର୍ବରୁ ହ୍ବାଟ୍ସଆପ୍‌ ଗ୍ରୁପରେ ଧମକ ଦିଆଯାଇଥିଲା । ପୁଲିସ ଏହି ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି । ପିମ୍ପଲନର୍‌ରେ ନିର୍ବନ୍ଧ କାର୍ଯ୍ୟକ୍ରମରେ ଏକ ସାମାନ୍ୟ କଥାକୁ ନେଇ ରକ୍ତପାତ ସମଗ୍ର ଧୁଲେ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe