କନକବ୍ୟୁରୋ : ଦିଲ୍ଲୀ ରେଲୱେ ଷ୍ଟେସନରେ ବଡ଼ ଅଘଟଣ। ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ବହୁ ଲୋକ ଆହତ ହୋଇଛନ୍ତି । ମହାକୁମ୍ଭରେ ଯୋଗଦେବାକୁ ପ୍ରୟାଗରାଜ ଯିବା ପାଇଁ ଲୋକମାନେ ଦିଲ୍ଲୀ ରେଲୱେ ଷ୍ଟେସନରେ ଏକାଠି ହୋଇଥିଲେ । ହେଲେ ଏତେ ଭିଡ଼ ହୋଇଥିଲା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ରେଳ ଷ୍ଟେସନର ୧୪ ଓ ୧୬ ନମ୍ବର ପ୍ଲାଟଫର୍ମରେ ଏହି ଅଘଟଣ ଘଟିଛି ।
୧୮ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା, ୩ ଶିଶୁ ଅଛନ୍ତି। ଏଲଏନଜେପି ହସ୍ପିଟାଲ ଚିଫ୍ କଜୁଆଲିଟି ମେଡିକାଲ ଅଫିସର ଏହାର ପୁଷ୍ଟି କରିଛନ୍ତି । ଗୋଟିଏ ଏନଡିଆରଏଫ ଟିମ୍ ମଧ୍ୟ ରେଲୱେ ଷ୍ଟେସନରେ ପହଂଚିଥିଲା । ଅଗ୍ନିଶମ ବିଭାଗ ଓ ଅମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲା ।
ଦଳଚକଟା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହାସହ ରେଳଷ୍ଟେସନରେ ଜମାହୋଇଥିବା ଲୋକଙ୍କ ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ସେପଟେ ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନା ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି। ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/02/16/bhCeL4im2xVzvngrsSwo.jpg)