କନକ ବ୍ୟୁରୋ: ଖୋର୍ଦ୍ଧାରେ ନାଁ ପାଇଁ ଦୁଇ ଗାଁ ମଧ୍ୟରେ ବିବାଦ ଘଟଣା ଉଗ୍ର ରୂପ ନେଇଛି । ବିବାଦୀୟ ବଜାରରେ ନାମ ଫଳକ ପୋତିବାକୁ ବିରୋଧ କରାଯାଇଛି । ଓସ୍ତପୁର ଗାଁର ଶତାଧିକ ମହିଳା ପ୍ଲାକାର୍ଡ ଧରି ଫଳକ ପୋତାକୁ ବିରୋଧ କରିଛନ୍ତି । ଏହି ସମୟରେ ପୁଲିସ ଏବଂ ଓସ୍ତପୁର ମହିଳାଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଯାହାକୁ ନେଇ ବଜାରରେ ଚାପା  ଉତ୍ତେଜନା ଦେଖାଦେଇଛି । ବଜାରରେ ଏବେବି ୧୬୩ ଧାରା ବଳବତ୍ତର ରହିଛି । ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ବେଗୁନିଆ ତହସିଲଦାର ଉପସ୍ଥିତ ଅଛନ୍ତି। 

Advertisment