ନିର୍ବାଚନ କମିସନ ବନାମ ବିରୋଧୀ : ସଂସଦରୁ ଇସି ମୁଖ୍ୟାଳୟ ଯାଏଁ ହଙ୍ଗାମା ; ରାସ୍ତାକୁ ଓହ୍ଲାଇଲେ, ଜବାବ ମାଗିଲେ

ପଦଯାତ୍ରା ପାଇଁ ଅନୁମତି ନଥିବାରୁ ପୁଲିସ ରାହୁଲ ଗାନ୍ଧୀଙ୍କ ସମେତ ବହୁ ସାଂସଦଙ୍କୁ ଅଟକ ରଖିଥିଲା । ଅଖିଳେଶ ଯାଦବ ପୁଲିସ ବ୍ୟାରିକେଡ୍ ଡେଇଁଯିବାକୁ ଚେଷ୍ଟା କରିଥିଲେ । ପରେ ପୁଲିସ ଅଟକ ସାଂସଦଙ୍କୁ  ଛାଡ଼ି ଦେଇଛି । 

Vote

Vote Photograph: (KanakNews)

କନକ ବ୍ୟୁରୋ : ଭୋଟ୍ ଚୋରି ଅଭିଯୋଗ ଓ ବିହାରରେ ଭୋଟର ତାଲିକାର ଏସ୍‌ଆଇର ବା ସ୍ବତନ୍ତ୍ର ବିସ୍ତୃତ ସଂଶୋଧନକୁ ବିରୋଧର ଝଲକ ସୋମବାର ଦିଲ୍ଲୀ ରାଜରାସ୍ତାରେ ଦେଖିବାକୁ ମିଳିଥିଲା । ଇଣ୍ଡି ମେଣ୍ଟର ବିଭିନ୍ନ ସହଯୋଗୀ ଦଳର ସାଂସଦ ସଂସଦ ଭବନରୁ ନିର୍ବାଚନ କମିସନ ହେଡକ୍ବାର୍ଟର୍ସ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଥିଲେ । ପଦଯାତ୍ରା ପାଇଁ ଅନୁମତି ନଥିବାରୁ ପୁଲିସ ରାହୁଲ ଗାନ୍ଧୀଙ୍କ ସମେତ ବହୁ ସାଂସଦଙ୍କୁ ଅଟକ ରଖିଥିଲା । ଅଖିଳେଶ ଯାଦବ ପୁଲିସ ବ୍ୟାରିକେଡ୍ ଡେଇଁଯିବାକୁ ଚେଷ୍ଟା କରିଥିଲେ। ପରେ ପୁଲିସ ଅଟକ ସାଂସଦଙ୍କୁ  ଛାଡ଼ି ଦେଇଛି । 

ବିହାରରେ ଭୋଟର ତାଲିକା ସଂଶୋଧନକୁ ବିରୋଧ କରି ଓ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଭୋଟ୍ ଚୋରି ଅଭିଯୋଗ ଆଣି କିଛିଦିନ ହେଲା ରାହୁଲ ଗାନ୍ଧୀ ଓ ନିର୍ବାଚନ କମିସନଙ୍କ ମଧ୍ୟରେ ବାଦବିବାଦ  ଲାଗି ରହିଛି ।  ବିଜେପି ଓ ନିର୍ବାଚନ କମିସନ ମିଶି ଭୋଟ୍ ଚୋରି କରୁଥିବା ରାହୁଲ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ନିର୍ବାଚନ କମିସନଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । ଭୋଟର ଜାଲିଆତିର ପ୍ରମାଣ ଦେବାକୁ ନିର୍ବାଚନ କମିସନ କହିଛନ୍ତି । ସରକାରଙ୍କ ପକ୍ଷରୁ ମଧ୍ୟ ଅଭିଯୋଗୁ ଭିତ୍ତିହୀନ କହି ସମାଲୋଚନା କରାଯାଉଛି। ବିହାର ଭୋଟର ତାଲିକା ସଂଶୋଧନ ନେଇ ସଂସଦ ମୌସୁମୀ ଅଧିବେଶନରେ ମଧ୍ୟ ଅଚଳାବସ୍ଥା ଲାଗି ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe