କନକ ବ୍ୟୁରୋ : ବଲାଙ୍ଗୀର ତୁଷୁରା ଥାନାରେ ପୁଲିସ-ଜନତା ମୁହାଁମୁହିଁ । ପୁଲିସ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସକୁ ଲୋକେ ଆକ୍ରମଣ କରିବା ପରେ ପୁଲିସ ବି ଗୋଡ଼ାଇ ଗୋଡ଼ାଇ ପିଟିଥିବା ଦେଖିବାକୁ ମିଳିଛି । ପୂର୍ବରୁ ସମଲେଶ୍ବରୀ ପଡ଼ା ଓ ପତିତପାବନ ପଡ଼ା ମଧ୍ୟରେ ସଂଘର୍ଷ ହୋଇଥିଲା । ପୁଲିସ କିଛି ଶୁଣୁନଥିବା ଅଭିଯୋଗ କରି ଢେଲା ପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି ।