ବୁଲିଲା ଖଣ୍ଡା, ଫୁଟିଲା ଗୁଳି ; ପୂର୍ବ ଶତ୍ରୁତାକୁ ନେଇ ରକ୍ତପାତ

ଖୋର୍ଦ୍ଧା ବୋଲଗଡ଼ରେ ବୁଲିଲା ଖଣ୍ଡା, ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଏମ୍‌ସ ସ୍ଥାନାନ୍ତର । 

12

କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ବୁଲିଲା ଖଣ୍ଡା। ଗୁଳି ଆଉ ଖଣ୍ଡା ଚୋଟରେ ଦୁଇ ଗୁରୁତର । ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ସ୍ଥିତ ହାଟବସ୍ତ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଗୁଳିମାଡ଼ ହୋଇଛି। 

ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଗୁଳି ମାଡ଼ରେ ମାନସ ବେହେରା ଓ ଟୁଲୁ ପରିଡ଼ା ଆହତ ହୋଇଛନ୍ତି । ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଉଥିବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି l ଘଟଣାସ୍ଥଳରେ ବୋଲଗଡ଼ ଥାନା ଓ ବାଙ୍କୋଇ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି  l ଆକ୍ରମଣକାରୀଙ୍କ ନାଁରେ ପୂର୍ବରୁ ବହୁ ମାମଲାରେ ଜଡିତ ଥିବା କୁହାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe