କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ବୁଲିଲା ଖଣ୍ଡା। ଗୁଳି ଆଉ ଖଣ୍ଡା ଚୋଟରେ ଦୁଇ ଗୁରୁତର । ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ସ୍ଥିତ ହାଟବସ୍ତ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଗୁଳିମାଡ଼ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଗୁଳି ମାଡ଼ରେ ମାନସ ବେହେରା ଓ ଟୁଲୁ ପରିଡ଼ା ଆହତ ହୋଇଛନ୍ତି । ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଉଥିବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି l ଘଟଣାସ୍ଥଳରେ ବୋଲଗଡ଼ ଥାନା ଓ ବାଙ୍କୋଇ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି l ଆକ୍ରମଣକାରୀଙ୍କ ନାଁରେ ପୂର୍ବରୁ ବହୁ ମାମଲାରେ ଜଡିତ ଥିବା କୁହାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/11/12-2025-09-11-09-32-49.jpg)